ଅପରାଧମୁଖ୍ୟ ଖବର

ପରିବାର ପାଇଁ ସମୟ ନ ଦେବାରୁ ମହିଳା ପୁଲିସଙ୍କୁ ହତ୍ୟା କଲେ ସ୍ବାମୀ!

ପାଟନା (ବିହାର) : ଚାକିରି ପାଇବା ପରେ ପରିବାର ପାଇଁ ସମୟ ଦେଉ ନ ଥିବାରୁ ସ୍ବାମୀ ଉଦ୍‌ବିଗ୍ନ ଥିଲେ ବୋଲି ଜଣେ ନବନିଯୁକ୍ତ ମହିଳା କନେଷ୍ଟବଳ ଶୋଭା କୁମାରୀଙ୍କ ହତ୍ୟାକାଣ୍ଡ ଘଟଣାର ପୁଲିସ ତଦନ୍ତରୁ ଜଣାପଡ଼ିଛି।ଶନିବାର ଦିନ କୋତ୍‌ୱାଲି ଥାନା ‘ଏସ୍‌ଏଚ୍‌ଓ’ ସଞ୍ଜୀତ କୁମାର ଗଣମାଧ୍ୟମକୁ କହିଛନ୍ତି, ୩୬ ଘଣ୍ଟା ତଳୁ ପାଟନା ହୋଟେଲ୍‌ରେ ଘଟିଥିବା ଏହି ହତ୍ୟାକାଣ୍ଡ ଘଟିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ପୁଲିସ ଶୋଭାଙ୍କ ସ୍ବାମୀଙ୍କୁ ଧରି ପାରି ନାହିଁ। କେବଳ ସେ ହତ୍ୟାକାରୀ ବୋଲି ସନ୍ଦେହ କରାଯାଉଛି। କାରଣ ଚାକିରି ପାଇବା ପରେ ସ୍ତ୍ରୀ ଘରପରିବାର ପ୍ରତି ସମୟ ଦେଉ ନ ଥିବାରୁ ସ୍ବାମୀ ଖୁବ୍‌ ଉଦ୍‌ବିଗ୍ନ ଥିଲେ। ଏଥିପାଇଁ ଦୁହିଁଙ୍କ ମଧ୍ୟରେ ବିବାଦ ହେଉଥିଲା।

୬ ବର୍ଷ ତଳେ ଦୁହେଁ ପ୍ରେମବିବାହ କରିଥିଲେ ଓ ସେମାନଙ୍କର ଝିଅଟିଏ ଅଛି। ବିବାହ ପୂର୍ବରୁ ଶୋଭା କୁମାରୀ ଅଭିଯୁକ୍ତ ସ୍ବାମୀ ଜେହାନାବାଦ୍‌ରେ ଚଳାଉଥିବା କୋଚିଙ୍ଗ୍‌ ସେଣ୍ଟର୍‌ରେ ପଢୁଥିଲେ।

‘ଏସ୍‌ଏଚ୍‌ଓ’ ସଞ୍ଜୀତ କୁମାର କହିଛନ୍ତି, ହତ୍ୟାକାଣ୍ଡର ଅନ୍ୟ କିଛି କାରଣ ଆମେ ପାଇନାହୁଁ। ଫେରାର ଅଭିଯୁକ୍ତଙ୍କୁ ଧରିବା ପରେ ଅଧିକ ସୂଚନା ମିଳିବ। ଯଥା ଶୀଘ୍ର ସମ୍ଭବ ତାଙ୍କୁ ଧରିବା ପାଇଁ ସବୁ ପ୍ରକାର ଉଦ୍ୟମ ଚାଲିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ବାମୀ ଜଣକ ଫୋନ୍‌କୁ ୩ ଥର କଲ୍‌ କରିଥିଲେ। ତା’ପରେ ଫୋନ୍‌ ସୁଇଚଡ୍‌ ଅଫ୍‌ କରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *