ଦେଶ- ବିଦେଶ

ଚୀନ୍‌ ପାଖରେ ୫୦୦ରୁ ଊର୍ଦ୍ଧ୍ବ ଆଣବିକ ଅସ୍ତ୍ର ଅଛି: ପେଣ୍ଟାଗନ୍‌ ରିପୋର୍ଟ

ୱାସିଂଟନ୍‌: ସମ୍ପ୍ରତି ଚୀନ୍‌ ପାଖରେ ୫୦୦ରୁ ଅଧିକ ଆଣବିକ ଅସ୍ତ୍ର ବା ‘ନ୍ୟୁକ୍ଲିୟର୍‌ ୱାର୍‌ହେଡ୍‌’ ଥିବା କଥା ଚଳିତ ସପ୍ତାହରେ ‘ପେଣ୍ଟାଗନ୍‌’ ରିଲିଜ୍ କରିଥିବା ଚୀନ୍‌ ସେନା ସଂକ୍ରାନ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ରିପୋର୍ଟରେ ଉଲ୍ଲେଖ ଅଛି, ଚୀନ୍‌ର ଅସ୍ତ୍ରାଗାରରେ ୫୦୦ରୁ ଅଧିକ କାର୍ଯ୍ୟକ୍ଷମ ଆଣବିକ ଅସ୍ତ୍ର ବା ବୋମା ଅଛି। ସମ୍ଭବତଃ ୨୦୩୦ ସୁଦ୍ଧା ଏହାର ସଂଖ୍ୟା ୧୦୦୦ ଟପିଯିବ।

ପୂର୍ବ ରିପୋର୍ଟରେ ପେଣ୍ଟାଗନ୍‌ ଆକଳନ କରିଥିଲା ଯେ, ୨୦୨୧ରେ ବେଜିଙ୍ଗ୍ ପାଖରେ ୪୦୦ରୁ ଅଧିକ କାର୍ଯ୍ୟକ୍ଷମ ଆଣବିକ ଅସ୍ତ୍ର ଅଛି।

ସେହିପରି, ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି ଯେ,୨୦୨୨ରେ ବୋଧହୁଏ ଚୀନ୍‌ ୩ଟି ନୂଆ ‘ସିଲୋ ଫିଲଡ୍‌’ (କ୍ଷେପଣାସ୍ତ୍ର ରଖିବା ଜାଗା) ନିର୍ମାଣ ଶେଷ କରିସାରିଛି। ସେଥିରେ ଅନ୍ୟୂନ ୩୦୦ଟି ନୂଆ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌’ (ଆଇସିବିଏମ୍‌) ରଖାଯାଇଛି।

ରିପୋର୍ଟରେ ପୁଣି ମଧ୍ୟ କୁହାଯାଇଛି ଯେ, ଚୀନ୍‌ ସମ୍ଭବତଃ ପୁରୁଣା ‘ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌-ରେଞ୍ଜ୍‌ ମିସାଇଲ୍‌ ସିଷ୍ଟମ୍‌’ ସବୁକୁ ବିକଶିତ କରିବାର ଉପାୟ କରୁଛି। ଯାହା ସମ୍ଭବ ହେଲେ ବେଜିଙ୍ଗ୍‌ ଯୁକ୍ତରାଷ୍ଟ୍ର ଆମେରିକା ଭୟଭୀତ କରାଇପାରିବ।

ଏହାଛଡ଼ା, ଚୀନ୍‌ ସମ୍ଭବତଃ ବର୍ମା, ଥାଇଲାଣ୍ଡ୍‌, ଇଣ୍ଡୋନେସିଆ, ସଂଯୁକ୍ତ ଆରବ ଏମିରେଟ୍‌ସ୍‌, କେନିଆ, ନାଇଜେରିଆ, ନାମିବ୍ୟା, ମୋଜାମ୍ବିକ୍‌, ବାଂଲାଦେଶ, ପପୁଆ ନିୟୁ ଗିନି, ସଲୋମନ୍‌ ଦ୍ବୀପପୁଞ୍ଜ ଓ ତାଜିକିସ୍ତାନ ଆଦି ଦେଶରେ ସେନା ପରିବହନ ସୁବିଧା ବା ଘାଟି ବିଷୟରେ ବିଚାର ଚଳାଇଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ଚୀନ୍‌ର ନୌସେନା ହେଉଛି ବିଶ୍ବର ବୃହତ୍ତମ ନୌସେନା। ଏହାର କଳେବର ଆହୁରି ବୃଦ୍ଧି ପାଉଛି। ଚୀନ୍‌ ନୌସେନାର ୩୭୦ରୁ ଅଧିକ ବୁଡ଼ାଜାହାଜ ରହିଛି। ଗତବର୍ଷ ଏହି ସଂଖ୍ୟା ଥିଲା ୩୪୦। ୨୦୨୫ ବେଳକୁ ବୁଡ଼ାଜାହାଜ ସଂଖ୍ୟା ୩୯୫ ଓ ୨୦୩୦ ବେଳକୁ ୪୩୫ ହୋଇଯାଇ ପାରେ ବୋଲି ଏଥିରେ ଉଲ୍ଲେଖ ଅଛି।

Leave a Reply

Your email address will not be published. Required fields are marked *