ରାଜ୍ୟ

ଛାତରୁ ଖସିପଡୁଛି ସିମେଣ୍ଟ ଚକଡା଼ ,ଖୋଲା ଆକାଶ ତଳେ ଚାଲିଛି ପାଠପଢା

ଉଲୁଣ୍ଡା ୧୭/୧୦ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ସୁବଳୟା ଗ୍ରାମ ପଞ୍ଚାୟତ ର ନୂଆଁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଖୋଲା ଆକାଶ ତଳେ ଛୋଟ ଛୋଟ ପିଲାଙ୍କ ପାଠପଢା ଚାଲିଛି।ବହୁ ଦିନରୁ ସ୍କୁଲ ଗୃହ ମରାମତି ହେଉନଥିବାରୁ ଛାତରୁ ଖସିପଡୁଛି ପୂଳା ପୂଳା ସିମେଣ୍ଟ ଚକଡା଼ ।ଯାହା ଫଳରେ ଶିକ୍ଷକମାନେ ସ୍କୁଲ ଘର ଭିତରେ ପାଠ ପଢାଉ ନାହାନ୍ତି। ସ୍କୁଲ ଗୃହ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ଗଛ ତଳେ ଓ ଖୋଲା ଆକାଶ ତଳେ ଛୋଟ ପିଲାଙ୍କ ପାଠପଢା ଚାଲିଛି।ତେବେ ଗ୍ରାମବାସୀ ଏନେଇ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ବିଭାଗୀୟ କର୍ତୁପକ୍ଷ ଶୁଣୁନଥିବାରୁ,ଗତକାଲି ଗାଁ ର ମହିଳାମାନେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ।ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ସ୍କୁଲ ପରିଦର୍ଶନ ରେ ଆସି ସ୍କୁଲର ଅବସ୍ଥା ଦେଖିଥିଲେ।ତେବେ ଜିଲ୍ଲାପାଳ ନୂତନ ସ୍କୁଲ ଗୃହ ନିର୍ମାଣ ପାଇଁ ୧୫ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଉପସ୍ଥିତ ଗ୍ରାମବାସୀ ଙ୍କୁ ପ୍ରତିଶ୍ରୁତି ଦେବା ସହ ୩ ମାସ ମଧ୍ୟରେ ନୂତନ ସ୍କୁଲ ଗୃହ ନିର୍ମାଣ ପାଇଁ ବିଭାଗୀୟ କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *