ରାଜ୍ୟ

ୠଷିମାଳ ଡ଼ିଗ୍ରୀ ମହାବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ

ବ୍ରାହ୍ମଣୀଗାଁ ତା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଧେଶ କ୍ରମେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସ୍ଥିତ ୠଷିମାଳ ଡ଼ିଗ୍ରୀ ମହାବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ସୋମବାର ଦିନ ଉଦ୍ଘାଟିତ ହୋଇଯାଇଛି । ମହାବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଅଜୟ କୁମାର ରଣ ସିଂ ଯୋଗ ଦେଇ ଏହି କ୍ରୀଡ଼ା ଉତ୍ସବ ର ଶୁଭ ଉଦ୍ଘାଟନ କରିଥିଲେ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଦେବରାଜ ବଳିଆର ସିଂ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ,ଡ଼ିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ଭାସ୍କର ଚରଣ ନାୟକ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କ୍ରିଡ଼ା ଉତ୍ସବରେ ମହାବିଦ୍ୟାଳୟ ର କ୍ରିଡ଼ା ପ୍ରଶିକ୍ଷକ ରବିନାରାୟଣ ପାଢ଼ୀ ଓ ଫକିର ମୋହନ ଉଚ୍ଚ ବିଦ୍ୟାଳୟ ଦମଦୁଆ ର କ୍ରୀଡ଼ା ଶିକ୍ଷକ ବିଭିନ୍ନ ପ୍ରତିଯୋଗୀତା କୁ ପରିଚାଳନା କରିଥିଲେ ମହାବିଦ୍ୟାଳୟ ର ଅଧ୍ୟାପିକା ଲଳିତା ସିଂ, ଅଧ୍ୟାପକ ପବିତ୍ର ମୋହନ ବସୁପତି, ଅମିତ୍ କୁମାର ନାୟକ ,ମନୋରଞ୍ଜନ ବଳିଆର ସିଂ , କ୍ରିଷ୍ଣା କୁମାର ମାଝୀ, ମଧୁସୂଦନ ପଡ୍ରା , ସମୀର ପ୍ରସାଦ ମାଇକେଲ ସମେତ ମହାବିଦ୍ୟାଳୟ ର ଅଣ ଶିକ୍ଷକ କର୍ମଚାରୀ ମାନେ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ପରିପ୍ରକାଶ କରିବା ଉଦ୍ଦେଶ୍ୟ ରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ଥିବା ବେଳେ ଏଥିରେ ବାହ୍ୟଦ୍ବାର ଓ ଅନ୍ତଃଦ୍ଵାର କ୍ରିଡ଼ା, ସାଂସ୍କୃତିକ, ଭାଷା ସାହିତ୍ୟ ସମ୍ବନ୍ଧୀୟ ପ୍ରତିଯୋଗୀତା ମାନ ଆୟୋଜନ କରାଯାଇ ଥିବା ବେଳେ ମହାବିଦ୍ୟାଳୟ ର ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *