ରାଜ୍ୟ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ୍‌ଙ୍କ କୁକୁରର ଏଣ୍ଟ୍ରି: ତାକୁ ଗୁଳି କରିବାକୁ କହିଲେ କ୍ରିଷ୍ଟି ନୋଏମ୍

ୱାଶିଂଟନ: ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ରାଜନୈତିକ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ବିଭିନ୍ନ ଆରୋପପ୍ରତ୍ୟାରୋପ ମଧ୍ୟରେ ଏବେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୋଷା କୁକୁର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଏଣ୍ଟ୍ରି କରିଛି। ଦକ୍ଷିଣ ଡାକୋଟା ଗଭର୍ଣ୍ଣର କ୍ରିଷ୍ଟି ନୋଏମ ଏବେ ବାଇଡେନ୍‌ଙ୍କ କୁକୁରକୁ ନେଇ ଚର୍ଚ୍ଚାରେ ରହିଛନ୍ତି।ସେ ରାଷ୍ଟ୍ରପତି ଜୋ ବିଡେନଙ୍କ କୁକୁର ‘କମାଣ୍ଡର’କୁ ଗୁଳି କରି ହତ୍ୟା କରିବାକୁ ପରାମର୍ଶ ଦେଇଛନ୍ତି । ନିଜ ପୋଷା କୁକୁରର ଜୀବନ ନେଇଥିବା ନେଇ ପୂର୍ବରୁ ସମାଲୋଚନାର ସମ୍ମୁଖୀନ ହୋଇଥିବା କ୍ରିଷ୍ଟି ଅନ୍ୟ ଏକ ବିବାଦୀୟ ବିବୃତ୍ତି ଦେଇ ନିଜ ପାଇଁ ସଙ୍କଟ ସୃଷ୍ଟି କରିଛନ୍ତି।

Leave a Reply

Your email address will not be published. Required fields are marked *