ରାଜ୍ୟ

ରାମକୃଷ୍ଣ ସେବାଶ୍ରମର ବାର୍ଷିକ ସାଧାରଣ ଅଧିବେଶନ

ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମର ବାର୍ଷିକ ସାଧାରଣ ଅଧିବେଶନ ସଭାପତି ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଭକ୍ତବଲ୍ଲଭ ପଟ୍ଟନାୟକ ବେଦମନ୍ତ୍ର ପାଠ କରିଥିଲେ। ସାମୁହିକ ଜପ ଧ୍ୟାନପରେ ମନୋଜ କୁମାର ଗୁମାନସିଂହ ରାମକୃଷ୍ଣ କଥାମୃତ ପାଠ ପୂର୍ବକ ବ୍ୟାଖ୍ୟା କରିଥିଲେ। ସନ୍ତୋଷ କୁମାର ମହାପାତ୍ର ବିବେକାନନ୍ଦଙ୍କ ବଜ୍ରବାଣୀ ପାଠ କରିଥିଲେ। ସମ୍ପାଦକ ଗୋଲକ ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ସହସମ୍ପାଦକ ଅଧ୍ୟାପକ ସର୍ବେଶ୍ୱର ସାହୁ ଆର୍ଥିକ ବିବରଣୀ ପ୍ରଦାନ କରିଥିଲେ। ଏହା ସର୍ବସମ୍ମତି ଗୃହୀତ ହହୋଇଥିଲା। ଚଳିତ ବର୍ଷର କାର୍ଯ୍ୟଯୋଜନା ମଧ୍ୟରେ ନିର୍ମାଣାଧୀନ ଭବ୍ୟ ରାମକୃଷ୍ଣ ମନ୍ଦିରର ଛାତ ଜୁଲାଇ ମାସରେ ପଡ଼ିବାପାଇଁ ସ୍ଥିର କରାଗଲା। ଅନୁଷ୍ଠାନର ନିୟମିତ ସେବାକାର୍ଯ୍ୟ ମଧ୍ୟରେ ଟିକାତାଳ ବ୍ୟତୀତ ଆଉ ଏକ ପାଠ୍ୟଦାନ କେନ୍ଦ୍ର କଣ୍ଟିଲୋ ନିକଟସ୍ଥ କେନ୍ଦୁପଲ୍ଲୀ ଆଶ୍ରମରେ ସୁଶ୍ରୀ ବ୍ରଜଶ୍ରୀ ସାହୁଙ୍କ ଦାୟିତ୍ୱରେ ଖୋଲାଯାଇଛି। ମୋଇନା ସେବା ଫାଉଣ୍ଡେସନ୍ କୋଲକାତା ସହାୟତାରେ ଆଶ୍ରମରେ ଚାଲୁରହିଥିବା ହୋମିଓପାଥିକ ଚିକିତ୍ସା ଶିବିରକୁ ଗେଡିଆପଲ୍ଲୀ ଗ୍ରାମକୁ ସମ୍ପ୍ରସାରିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତିବର୍ଷ ପାଳିତ ହେଉଥିବା ଉତ୍ସବ କଳ୍ପତରୁ ଉତ୍ସବ, ଠାକୁର, ମା’, ସ୍ୱାମୀଜୀଙ୍କ ଜନ୍ମୋତ୍ସବ, ଜାତୀୟ ଯୁବ ଦିବସ, ରାସପୂର୍ଣ୍ଣମୀରେ ବାର୍ଷିକ ଉତ୍ସବ, ଶିବରାତ୍ରି ବ୍ୟତୀତ ବାର୍ଷିକ ଭକ୍ତ ସମ୍ମିଳନୀ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ପରିଚାଳନା କମିଟି ସଦସ୍ୟମାନଙ୍କ ମଧ୍ୟରେ ଉପସଭାପତି ରାଜକିଶୋର ଛୁଆଳସିଂହ, କୋଷାଧ୍ୟକ୍ଷ ଅଶୋକ କୁମାର ସାହୁ, ବାବାଜୀ ବେହେରା, ନଳିନୀ ସାହୁ, ଅରୁଣିମା ପଣ୍ଡା, ଲକ୍ଷ୍ମୀପ୍ରିୟା ସାମନ୍ତରାୟଙ୍କ ସହିତ ବରିଷ୍ଠ ସଦସ୍ୟ ରବୀନ୍ଦ୍ର କୁମାର ଜେନା, ଡାକ୍ତର ନିର୍ମଳ କୁମାର ପଟ୍ଟନାୟକ, ଆଡ଼ଭୋକେଟ୍ ନିର୍ଭୟ କୁମାର ସାମନ୍ତରାୟ, ପ୍ରଫୁଲ୍ଲ କୁମାର ସିଂହ, ଦିଲ୍ଲୀପ କୁମାର ପଣ୍ଡା, ସଞ୍ଜୟ କୁମାର ମାନସିଂହ, ଯୁଧିଷ୍ଠିର ଉତ୍ତରରାୟ, ଗୀତାଞ୍ଜଳି ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *