ରାଜ୍ୟ

ମଙ୍ଗଳବାର ୩ୟ ପର୍ଯ୍ୟାୟ ଭୋଟଗ୍ରହଣ : ୯୪ଟି ଆସନରେ ହେବ କଡ଼ା ମୁକାବିଲା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଚାର ଜାରି ରହିଛି। ଅନ୍ୟପକ୍ଷରେ ମଙ୍ଗଳବାର ୧୨ଟି ରାଜ୍ୟର ୯୪ଟି ଲୋକସଭା ଆସନ ପାଇଁ ତୃତୀୟ ପର୍ୟ୍ୟାୟ ମତଦାନ ହେବ। ଏହା ପୂର୍ବରୁ ପ୍ରଥମ ପର୍ୟ୍ୟାୟରେ ୧୦୨ ଟି ଆସନ ଏବଂ ଦ୍ୱିତୀୟ ପର୍ୟ୍ୟାୟରେ ୮୮ ଟି ଆସନ ପାଇଁ ମତଦାନ ହୋଇଥିଲା । ତୃତୀୟ ପର୍ୟ୍ୟାୟ ପରେ ଦେଶର ୨୮୪ ଟି ଆସନ ମଧ୍ୟରୁ ଅଧାରୁ ଅଧିକ ଆସନରେ ମତଦାନ ଶେଷ ହୋଇଯିବ । ଏହି ୯୪ ଆସନ ମଧ୍ୟରୁ ଗୁଜରାଟର ୨୫ଟି, କର୍ଣ୍ଣାଟକର ୧୪ଟି ଓ ମହାରାଷ୍ଟ୍ରର ୧୧ଟି ଆସନରେ ମତଦାନ ହେବ।ଯଦି ଆମେ ଗତ (୨୦୧୯) ଲୋକସଭା ନିର୍ବାଚନ ବିଷୟରେ କହିବା ତେବେ ଏହି ୯୪ଟି ଆସନରେ ଏନଡିଏ ପ୍ରାର୍ଥୀମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏନଡିଏ କୁ ୭୯ଟି ଆସନ ମିଳିଥିଲା । ବିଜେପି ଏକାକୀ ୭୨ଟି ଆସନ ରେ ବିଜୟୀ ହୋଇ ପ୍ରାୟ ୮୦ ପ୍ରତିଶତ ସଫଳତା ହାସଲ କରିଥିଲା। ୨୦୧୪ ଲୋକସଭା ନିର୍ବାଚନରେ ଜେଡିୟୁ ୩ଟି, ଏଲଜେପି ୧ଟି, ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ୧ଟି ଏବଂ ଶିବସେନା ୨ଟି ଆସନ ରେ ବିଜୟୀ ହୋଇଥିଲା। ସେହିପରି ଏହି ପର୍ୟ୍ୟାୟରେ ୯୪ଟି ଆସନ ରୁ ମାତ୍ର ୧୨ଟି ଆସନରେ ଇଣ୍ଡିଆ ମେଣ୍ଟ ଜିତିପାରିଥିଲା । ଏହା ମଧ୍ୟରୁ କଂଗ୍ରେସ ପାଖରେ ୪ଟି ଆସନ ରହିଥିଲା । ଶରଦ ପାୱାରଙ୍କ ଏନସିପିର ୨ଟି, ଶିବସେନା ୟୁବିଟିର ୨ଟି, ଟିଏମସିର ୨ଟି ଓ ଏସପିର ୨ଟି ଆସନ ରହିଥିଲା। ଏଣୁ ବିଜେପିକୁ ଚଳିତ ନିର୍ବାଚନରେ ବିଜୟ ହାସଲ କରିବାକୁ ହେଲେ ଏହି ପର୍ୟ୍ୟାୟଟି ବେଶ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି ।

Leave a Reply

Your email address will not be published. Required fields are marked *