ରାଜ୍ୟ

ବେଆଇନ ମଦ କାରବାରକୁ ନେଇ ପୋଲିସି ଓ ଅବକାରୀ ବିଭାଗର ଚଢାଉ ୨ ଗିରଫ

କଣିହାଁ ୨୬/୦୪ ବ୍ଲକ ଡେରେଙ୍ଗ ଗ୍ରାମରେ ଶୁକ୍ରବାର କଣିହାଁ ଥାନା ପୋଲିସି ଓ ତାଳଚେର ଅବକାରୀ ବିଭାଗ ତରଫରୁ ମିଳିତ ଚଢାଉ ହୋଇଥିଲା I ଏଥିରେ ସଂପୁର୍କ୍ତି କୁ ନେଇ ଦୁଇ ଜଣ ଅଟକ ଥିବାବେଳେ ତଦନ୍ତ ଯାରି ରହିଛି I ସୁଚନାରୁ ଜଣାଯାଏ ମଦ କାରବାରକୁ ନେଇ ଅନୁଗୋଳ ଜିଲ୍ଲାର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ପ୍ରସାଶନିକ ଅଧିକାରୀ ଙ୍କ ସହିତ କଣିହାଁ ଥାନା ପୋଲିସି ଓ ଅବକାରୀ ବିଭାଗର ପଦାଧିକାରୀ ମାନେ ଚଢାଉରେ ସାମିଲି ହୋଇଥିଲେ I ୪୦୦ ରୁ ଅଧିକ ଲିଟର ଦେଶି ମଦ ଜବତ ସହିତ ମଦ ରନ୍ଧା ରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି I ଏହାବାଦ୍ ବିପୁଳ ପରିମାଣର ୨୨ ରୁ ଅଧିକ ପ୍ଲାସ୍ଟିକ ଡ୍ରମ ଥିବା ମହୁଲ ପୋଚ ନଷ୍ଟ କରାଯାଇଛି I ମଦ କାରବାର ଚାଲାଣ ରେ ବ୍ୟବହୃତ ବାଇକ ଓ ଫ୍ରିଜି ଜବତ ହୋଇଛି I ପୋଲିସି ଓ ଅବକାରୀ ବିଭାଗ ତରଫରୁ ପୃଥକ ପୃଥକ ମାମଲା ରୁଜୁ କୁ ନେଇ ଦୁଇଜଣ ବ୍ୟକ୍ତି କୁ ଅଟକ ରଖାଯାଇ ଅନ୍ୟମାନଙ୍କ ସଂପୁର୍କ୍ତି କୁ ନେଇ ତଦନ୍ତ ଯାରିରହିଛି I ଏ ନେଇ କଣିହାଁ ଥାନା ଆଇଆଇସି ମନୋଜ କୁମାର ପ୍ରଧାନ ଯୋଗାଯୋଗରେ କହିଥିଲେ ଛଅ ହଜାର ଦୁଇସହ ଲିଟର ମହୁଲ ପୋଚ ନଷ୍ଟ କରାଯିବା ସହିତ ୮୯୦ ଲିଟର ଦେସି ରନ୍ଧା ମଦ ଜବତ କରାଯାଇଛି ଏଥିରେ ସଂପୁର୍କ୍ତ ବାବୁଲା ସାହୁ,ଅନିମେସ ସାହୁ କୁ ଗିରଫ କରାଯାଇ ଅଧିକ ତଦନ୍ତ ଚାଲିଛି I ଉଭୟ ଅଭିଯୁକ୍ତ ଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ I

Leave a Reply

Your email address will not be published. Required fields are marked *