ରାଜ୍ୟ

କଶ୍ମୀରର କୁଲଗାମରେ ସେନାର ଏନକାଉଣ୍ଟର, ଲସ୍କର କମାଣ୍ଡର ବାସିତ୍ ଡାର୍ ମୃତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଚାଲିଥିବା ଏନକାଉଣ୍ଟରରେ ଭାରତୀୟ ସେନାକୁ ବଡ ସଫଳତା ମିଳିଛି । ଦୀର୍ଘ ସମୟ ଧରି ଚାଲିଥିବା ଏନକାଉଣ୍ଟର ପରେ ସୁରକ୍ଷାବାହିନୀ ଲସ୍କର-ଇ-ତୋଏବା କମାଣ୍ଡର ବାସିତ ଅହମ୍ମଦ ଡାରଙ୍କ ସମେତ ମୋଟ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାବଳ ପକ୍ଷରୁ କୁହାଯାଇଛି ଯେ ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାର ରେଡୱାନି ଗାଁରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ସୋମବାର ବିଳମ୍ବିତ ରାତିରେ ସୁରକ୍ଷା ବାହିନୀ ଘେରାଉ କରିଥିଲେ। ତାପରେ ସେଠାରେ ସର୍ଚ୍ଚ ଅପରେସନ କରାଯାଇଥିଲା।ସର୍ଚ୍ଚ ଅପରେସନ ଏନକାଉଣ୍ଟରରେ ପରିଣତ ହୋଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। କାରଣ ଆତଙ୍କବାଦୀମାନେ ଆଗୁଆ ଗୁଳି ଚଳାଇଥିଲେ। ଏହାର ଜବାବରେ ସେନା ମଧ୍ୟ କଡ଼ା ଜବାବ ଦେଇଥିଲା । ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ବେଳେ ଆତଙ୍କବାଦୀମାନେ ଲୁଚି ରହିଥିବା ଘରେ ନିଆଁ ଲାଗିଯାଇଥିଲା। ଏନକାଉଣ୍ଟର ସ୍ଥଳରେ ଦୁଇଟି ମୃତଦେହ ପଡ଼ିଥିବା ଦେଖାଯାଇଛି ଏବଂ ସେଗୁଡିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ମୃତଦେହ ଉଦ୍ଧାର ହେବା ପରେ ହିଁ ନିହତ ଆତଙ୍କବାଦୀଙ୍କ ପରିଚୟ ଓ ଗୋଷ୍ଠୀ ସମ୍ପର୍କ ଜଣାପଡ଼ିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *