ରାଜ୍ୟ

କାଳ ବୈଶାଖୀ ର ପ୍ରଭାବ, ଉଡ଼ିଲା ଘର ଛାତ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡ଼ା ପଞ୍ଚାୟତ ର କିରାମାହା ଗ୍ରାମ ରେ କାଳ ବୈଶାଖୀ ର ତାଣ୍ଡବ ରୁପ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ରବିବାର ଦିନ ସନ୍ଧ୍ୟା ପ୍ରାୟ ୫ଟା ସମୟରେ କୁଆ ପଥର ସହ ପ୍ରବଳ ଝଡ଼ ତୋଫାନ ହୋଇଥିଲା, ସେହି ଝଡ଼ ତୋଫାନ ରେ ଅନେକ ଗଛ ଡାଳ ଗୁଡ଼ିକ ଭାଙ୍ଗି ପଡିଥିବା ବେଳେ କିରାମାହା ଗ୍ରାମର ରାଜ କୁମାର ବସ୍ତିରାୟ ଙ୍କ ଘର ର ଛାତ ସମ୍ପୂର୍ଣ୍ଣ ଉଡ଼ି ଯାଇଥିବା ଜଣାପଡ଼ିଛି। ରାତ୍ରି ପ୍ରାୟ ୧୦ ଟା ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷା ଲାଗି ରହିବା ଫଳ ରେ ଘର ଭିତରେ ଆଣ୍ଠୁଏ ପର୍ୟ୍ୟନ୍ତ ପାଣି ମାଡ଼ି ଯାଇଥିଲା । ଘଟଣା ସମୟରେ ତାଙ୍କ ସ୍ତ୍ରୀ ନମିତା ବାସ୍ତିରାୟ ତିନି ଝିଅ ଓ ଜଣେ ପୁଅ ଉପସ୍ଥିତ ଥିଲେ , କାହାର କୌଣସି କ୍ଷତି ହୋଇ ନଥିବା ବେଳେ ଘରେ ଥିବା ସମସ୍ତ ଖଦ୍ୟ ସାମଗ୍ରୀ, ଧାନ ଚାଉଳ,ଲୁଗାପଟା ଆଦି ବର୍ଷା ପାଣି ରେ ଭିଜି ଯାଇ ନଷ୍ଟ ହୋଇ ଯାଇଥିବା ଜଣା ପଡ଼ିଛି । ସନ୍ଧ୍ୟା ସମୟରେ ଘଟଣା ଘଟି ବେଳେ ସେମାନଙ୍କ ସାଙ୍ଘାତିକ ଅବସ୍ଥା ଦେଖି ଗ୍ରାମବାସୀ ରାତ୍ରି ଭୋଜନ ର ବ୍ୟବସ୍ଥା କରିଥିଲେ, ଉକ୍ତ ଘଟଣା ଟିକୁ ସ୍ଥାନୀୟ ସରପଞ୍ଚ ଙ୍କୁ ଜଣାଇବା ପରେ ସେ ରାଜସ୍ୱ ନିରୀକ୍ଷକ ଙ୍କୁ ଅବଗତ କରାଇବା କୁ କହିଥିଲେ, ଖବର ପାଇ ରାଜସ୍ୱ ନିରୀକ୍ଷକ ରଞ୍ଜିତ କୁମାର କହଁର କ୍ଷତିଗ୍ରସ୍ତ ପରିବାର ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ପାଇଁ ଉପରସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି କହିଥିଲେ।
ଆଜକୁ ପ୍ରାୟ ୨୦ ବର୍ଷ ହେବ ଵିଵାହ କରିବା ପର ଠାରୁ ନିଜ ଉଦ୍ୟମ ରେ ସେହି ଗୃହ ନିର୍ମାଣ କରି ଶ୍ରୀ ବସ୍ତିରାୟ ନିଜ ପରିବାର ସହ ରହି ଆସୁଛନ୍ତି, ଆର୍ଥିକ ସ୍ଵଚ୍ଛଳତା ହେତୁ ପକ୍କା ଘରଟିଏ କରିବାକୁ ସାମର୍ଥ ହୋଇ ପାରି ନଥିବା ବେଳେ ପିଲାଙ୍କ ଭବିଷ୍ୟତ ପାଠ ପଢ଼ା ଓ ଅନ୍ୟାନ୍ୟ ପାରି ପାର୍ଷିକ ପରିସ୍ଥିତି ରେ ଛନ୍ଦି ହୋଇ ପକ୍କାଘର ଟିଏ କରି ପାରି ନ ଥିବା କହିଛନ୍ତି। ଏପରି ସ୍ଥଳେ ପ୍ରଶାସନ ପକ୍ଷରୁ ଆବାସ ଯୋଜନା ରେ ସାମିଲ କରି ଘରଟିଏ ଯୋଗାଇ ଦେଲେ ସେ ଉପକୃତ ହେବେ ବୋଲି ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *