ରାଜ୍ୟ

ଦୁଇ ପୃଥକ ଦୁର୍ଘଟଣାରେ ୧୦ଆହତ ୪ଗୁରୁତର

କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣା ରେ ୧୦ ଆହତ ଙ୍କ ମଧ୍ୟରୁ ୪ ଗୁରୁତର ଥିବା ବେଳେ ସେମାନଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ମାଣ୍ଡିପଙ୍କା ଗ୍ରାମ ରୁ ଏକ ବାଇକ୍ ଓ ଡି ୧୨ଏଫ୍ ୦୧୭୮ ଯୋଗେ ଫିରୋଜ୍ ବଳିଆର ସିଂ (୨୫), ଚନ୍ଦ୍ର ଛାଟିଆ (୪୨) ଓ ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳ ଡେକାପଙ୍କା ଗ୍ରାମ ର ଲାଜାର ନାୟକ( ୨୫) କୌଣସି ଏକ ଘରୋଇ କାମରେ ପାଣିଗଣ୍ଡା ଅଭିମୂଖେ ଯାଉଥିବା ବେଳେ ଅପର ପକ୍ଷରୁ ବ୍ରାହ୍ମଣୀଗାଁ ଆଭିମୁଖେ ଆସୁଥିବା ଏକ କୁକୁଡ଼ା ବୋଝେଇ ଗାଡ଼ି ନଂ ଓଡ଼ି ୦୭ଏଟି ୩୭୬୮ ସହ ଝିଞ୍ଜିରିଗୁଡ଼ା ନିକଟସ୍ଥ ବାଡୁନ ଘାଟି ବୁଲାନ୍ତି ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା, ଏଥିରେ ବାଇକ ଆରୋହୀ ମାନେ ଗୁରୁତର ଆହତ ହୋଇ ଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତା ରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରାହ୍ମଣୀଗାଁ ମେଡ଼ିକାଲ ରେ ଭର୍ତ୍ତି କରାଯାଇ ଥିଲା ସେମାନଙ୍କ ଅଵସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇ ଥିବା ଜଣା ପଡ଼ିଛି । ଏ ସମ୍ପର୍କ ରେ ମାଣ୍ଡି ପଙ୍କା ଗ୍ରାମର ଆହତ ଚନ୍ଦ୍ର ଛାଟିଆ ଙ୍କ ପକ୍ଷରୁ ଥାନା ରେ ଏକ ଲିଖିତ ଅଭିଯୋଗ ହୋଇଥିବା ବେଳେ ଥାନା କେଶ ନଂ ୫୪/୨୪ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇ ଥିବା ଥାନା ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି କହିଛନ୍ତି,
ସେହିପରି ସନ୍ଧ୍ୟା ସମୟରେ ସିକରମାହା ରୁ ବ୍ରାହ୍ମଣୀଗାଁ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହି ଅଟୋ ମହାଗୁଡି ନିକଟସ୍ଥ ପେନାରା ଶଙ୍ଖ ରେ ଭାର ସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଥିବା ବେଳେ ଅଟୋ ଚାଳକ ସମେତ ୭ଜଣ ଯାତ୍ରୀ ଆହତ ହୋଇ ଥିବା ଜଣା ପଡ଼ିଛି ସେମାନେ ହେଲେ ବ୍ରାହ୍ମଣୀଗାଁ ର ଫ୍ରାଞ୍ଚିସ୍କା ବଳିଆର ସିଂ, ପ୍ରିୟଙ୍କା ବଳିଆର ସିଂ, କିରାମହା ଗ୍ରାମର ବବୁଲୁ ନାୟକ ଓ ତାଙ୍କ ସ୍ତ୍ରୀ ଲେଖା ଦଣ୍ଡସେନା, ମାହାଗୁଡ଼ି ପ୍ରାଥମିକ ବିଦ୍ୟାଳୟ ର ଦୁଇ ଶିକ୍ଷୟିତ୍ରୀ ଚନ୍ଦ୍ରିକା ପ୍ରଧାନ ଓ କୁନ୍ତି ପ୍ରଧାନ, ଦାସିଙ୍ଗ ବାଡ଼ି ଗ୍ରାମର ରଞ୍ଜନ ନାୟକ ଆହତ ହୋଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ଫ୍ରାଞ୍ଚିସ୍କା ବଳିଆର ସିଂ ଙ୍କ ଅବସ୍ଥା ଗୁରୁତର ଥିବା ରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି। ଉଭୟ ଘଟଣା ରେ ବ୍ରାହ୍ମଣୀଗାଁ ପୋଲିସ୍ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଜାରି ରଖିଥିବା ନେଇ ଥାନା ଅଧିକାରୀ ଚିରଞ୍ଜିବୀ ବେହେରା ସୂଚନା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *