ରାଜ୍ୟ

ମୋଦିଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳର ଯୁବ ନେତା ପି.ଧର୍ମା ପାତ୍ରଙ୍କ ନେତୃତ୍ବରେ ଦୁଇଶହରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି

ବ୍ରହ୍ମପୁର, ୨୩/୪ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ଗୁରୁମନ୍ତ୍ର ସହ ମୋଦିଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳର ଯୁବ ନେତା ପି.ଧର୍ମା ପାତ୍ରଙ୍କ ନେତୃତ୍ବରେ ଦୁଇଶହରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାର, ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଏବଂ କମାପଲ୍ଲୀ ମଣ୍ଡଳ ସଭାପତି ଗୋପିନାଥ ପଣ୍ଡାଙ୍କ ଉପସ୍ଥିତିରେ ବିଜେଡ଼ି ଯୁବ ନେତା ଅମିତ୍ ପଟ୍ଟନାୟକ,କାଳିଆ ବେହେରା,ଦୀପୁ ନାୟକ,ସନ୍ତୋଷ ପାତ୍ର,ଆଦିତ୍ୟ ପଣ୍ଡା,କ୍ରିସ୍ ସାହୁ,ସୁଭମ ସୁବୁଦ୍ଧି,ସିଦ୍ଧାର୍ଥ ବେହେରା,ଲକି ଦାସ,ସାହିଲ୍ କୁମାର,ଚନ୍ଦନ ପାତ୍ର,ସନ୍ଦୀପ ସାହୁ,ପିଙ୍କୁ ନାୟକ,ସୁଶାନ୍ତ ରାଉଳ,ନାଗରାଜୁ ରାଓ,ଅଭିନାଷ ରେଡ଼ୀ, ଏସ୍.ସୈପେସ୍ ପାତ୍ର,ଲିପୁନ୍ ଗୈାଡ଼,ଇ.ମହୋନ ଶଙ୍କର,ନରେଶ ପାତ୍ର,ମିକୁ ଗୈାଡ଼,ବିଜୟ ସାହୁ,ଜିତୁ ରାଓ ପ୍ରମୁଖଙ୍କ ସମେତ ଦୁଇଶହରୁ ଉର୍ଦ୍ଧ ବିଜେଡ଼ି କାର୍ଯ୍ୟକର୍ତ୍ତା ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟ ଠାରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି । ଦଳୀୟ ନେତୃବୃନ୍ଦ ଆଜିର ଏହି ମିଶ୍ରଣ ପର୍ବରେ ଯୋଗ ଦେଇଥିବା ବିଜୁ ଜନତା ଦଳର ଯୁବ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଉପଢ଼ୌକନ ସହ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ମୋଦି ଗ୍ୟାରେଣ୍ଟିକୁ ପାଥେୟ କରି ଯୁବ କାର୍ଯ୍ୟକର୍ତ୍ତା ମାନେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣ କରିଥିବାରୁ ସମସ୍ତ ଯୁବନେତାଙ୍କୁ ଧନ୍ୟବାଦ ଜଣାଇବା ସହ ବ୍ରହ୍ମପୁରରେ ଦଳ ଆହୁରି ଅଧିକ ସୁଦୃଢ଼ ହୋଇ ନିର୍ବାଚନ ଲଢ଼ିବା ସହ ବିଜୟୀ ହେବ ବୋଲି ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାର କହିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ଏନ୍.ଧନଞ୍ଜୟ ରାଓ,ସଞ୍ଜୟ ଜେନା,ପତିତପାବନ ଗନ୍ତାୟତ,କେ.ଶାଇ କୁମାର,ବ୍ରହ୍ମପୁର ବିଧାନସଭା ସଂଯୋଜକ ପ୍ରଭାତ କିରଣ ଷଡ଼ଙ୍ଗୀ,ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,କର୍ପୋରେଟର ସବିତା ସାହୁ,ପୂର୍ବତନ କର୍ପୋରେଟର ଜଗଦୀଶ ରାଓ,ଟି.ଗୋପି,ବଦ୍ରି ନାୟକ,ରଞ୍ଜିତ ପଟ୍ଟନାୟକ,ସୁଶାନ୍ତ ସାମଲ,ବିରେନ୍ ପଟ୍ଟନାୟକ,ଅହିଂସା ସାହୁ,ବିଷ୍ଣୁ ସୁବୁଦ୍ଧି,ଧନୁ ପାଣିଗ୍ରାହୀ,ଏସ୍.ଶ୍ରନୀବାସ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଆପଣଙ୍କ – ସୁନିଲ କୁମାର ସାହୁ, ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ, ଭାରତୀୟ ଜନତା ପାର୍ଟି ।

Leave a Reply

Your email address will not be published. Required fields are marked *