ରାଜ୍ୟ

ଭୋଟରଙ୍କୁ କାହିଁକି ଦିଆଯାଇପାରିବନି ଭିଭିପାଟ୍ ସ୍ଲିପ୍ ବୋଲି ନିର୍ବାଚନ କମିସନଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଇଭିଏମ ଭିଭିପାଟ୍ ଯାଞ୍ଚ ମାମଲାରେ ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ। ଭୋଟରଙ୍କୁ କାହିଁକି ଦିଆଯାଇପାରିବନି ଭିଭିପାଟ୍ ସ୍ଲିପ୍ ବୋଲି ପ୍ରଶ୍ନ କଲେ ସୁପ୍ରିମକୋର୍ଟ। ଉତ୍ତର ରଖି ନିର୍ବାଚନ କମିସନ କହିଛନ୍ତି, ‘‘ଭିଭିପାଟ୍ ସ୍ଲିପ୍ ଦେବାରେ ବହୁତ ବଡ଼ ଅସୁବିଧା ରହିଛି । ଏହା ଦ୍ୱାରା ଭୋଟରଙ୍କ ଗୋପନୀୟତାର ସୁରକ୍ଷା ପାଇଁ ହୋଇଛି ଏଭଳି ବ୍ୟବସ୍ଥା। ସ୍ଲିପ୍ ଦିଆଗଲେ ବୁଥ୍ ବାହାରେ ଏହାର ଅପବ୍ୟବହାର ହୋଇପାରେ। ତେବେ ୫ ଘଣ୍ଟାର ଶୁଣାଣି ପରେ ରାୟ ସରଂକ୍ଷିତ ରଖିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ଦୀପଙ୍କର ଦତ୍ତ ଖଣ୍ଡପୀଠ।ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ରେ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ସ୍ଲିପ୍‌କୁ ନେଇ ସୁପ୍ରିମ୍‌କୋର୍ଟରେ ଗତକାଲି ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଛି। ୫ ଘଣ୍ଟାର ଶୁଣାଣି ପରେ ଏହି ମାମଲାର ରାୟ ସଂରକ୍ଷିତ ରଖାଯାଇଛି। ଭିଭିପିଏଟି ସ୍ଲିପ୍‌କୁ ନେଇ ଶୁଣାଣି ସମୟରେ ଏହା ବିରୋଧରେ ଯେଉଁଭଳି ଯୁକ୍ତି ରଖାଯାଇଛି ସେଥିପାଇଁ ଆମେ ବ୍ୟଥିତ ବୋଲି ନିର୍ବାଚନ କମିସନ ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଛନ୍ତି। ନିର୍ବାଚନ ପ୍ରସ୍ତୁତି ପାଇଁ ଗତ ୩ ବର୍ଷ ଧରି କଠିନ ପରିଶ୍ରମ କରିବାକୁ ପଡ଼ିଛି ବୋଲି ନିର୍ବାଚନ ଆୟୋଗ କହିଛି।

Leave a Reply

Your email address will not be published. Required fields are marked *