ରାଜ୍ୟ

ଦିଲ୍ଳୀ ମହିଳା ଆୟୋଗର ୨୨୩ କର୍ମଚାରୀଙ୍କୁ ଚାକିରିରୁ ହଟାଇବା ପ୍ରସଂଗରେ ପ୍ରତିକ୍ରିୟା ରଖିଲେ ସ୍ବାତୀ ମାଲିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀର ଉପ ରାଜ୍ୟପାଳ ଭି.କେ ସକ୍ସେନା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ‌ସେ ରାଜଧାନୀ ମହିଳା ଆୟୋଗର ୨୨୩ କର୍ମଚାରୀଙ୍କୁ ଚାକିରିରୁ ହଟାଇ ଦେଇଛନ୍ତି। ଅଭିଯୋଗ ହୋଇଛି ଯେ ତତ୍‌କାଳୀନ  ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ‌ା ଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସାଂସଦ ସ୍ବାତୀ ମାଲିୱାଲ୍‌ ନିୟମର ଉଲ୍ଲଂଘନ କରି ଏହି ନିଯୁକ୍ତି ଦେଇଥିଲେ। ମହିଳା ଆୟୋଗ‌ରେ ସମୁଦାୟ ୪୦ଟି ପଦ ଖାଲି ଥିବା ବେଳେ ୨୨୩ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା।

ଏବେ ଏହି ମାମଲାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ବାତୀ ମାଲିୱାଲ୍‌। ଏକ ଏକ୍ସ ପୋଷ୍ଟ ଜରିଆରେ ସ୍ବାତୀ କହିଛନ୍ତି, ‘‘ଏଲ୍‌ ଜି ସାହେବ ଚୁକ୍ତି କର୍ମଚାରୀଙ୍କୁ ହଟାଇବା ପାଇଁ ଏକ ତୁଗଲକି ନିର୍ଦ୍ଦେଶ ଜାରି କରିଛନ୍ତି। ଆଜି ମହିଳା ଆୟୋଗରେ ମୋଟ ୯୦ ଜଣ କର୍ମଚାରୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ସରକାର ଦେଇଛନ୍ତି। ବାକି ସମସ୍ତେ ୩-୩ ମାସର ଠିକା କର୍ମଚାରୀ। ଯଦି ସବୁ ଠିକା କର୍ମଚାରୀଙ୍କୁ ହଟାଇ ଦିଆଯିବ ତ ମହିଳା ଆୟୋଗରେ ତାଲା ଝୁଲିବ। ଏପରି କାହିଁକି କରନ୍ତି ଲୋକ? ଝାଳ, ରକ୍ତରେ ବନିଛି ଏ ସଂସ୍ଥା। ଏହାକୁ ସୁରକ୍ଷା ଦେବା ବଦଳରେ ଆପଣ ତାହାକୁ ମୂଳରୁ ଶେଷ କରିବାକୁ ବସିଛନ୍ତି? ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମହିଳା ଆୟୋଗକୁ ବନ୍ଦ ହେବାକୁ ଦେବିନି। ମୋତେ ଜେଲ୍‌ ପଠାଇଦିଅ। ମହିଳାଙ୍କ ଉପରେ ଅତ୍ୟାଚାର କରନାହିଁ।’’

ଉଲ୍ଲେଖଯୋଗ୍ୟ, ମହିଳା କର୍ମଚାରୀଙ୍କ ସଂପର୍କରେ ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଉପ ରାଜ୍ୟପାଳଙ୍କ ବିନା ଅନୁମତିରେ ୨୨୩ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଚୁକ୍ତିରେ କର୍ମଚାରୀ ନିଯୁକ୍ତି କରିବାର ଆୟୋଗର ଅଧିକାର ନାହିଁ ବୋଲି ଏହି ନିର୍ଦ୍ଦେଶରେ ଦର୍ଶାଯାଇଛି। ଏହି ଆଦେଶରେ ଆହୁରି ମଧ୍ୟ କୁହାଯାଇଛି ଯେ ଅର୍ଥ ବିଭାଗର ଅନୁମୋଦନ ବିନା ସେମାନେ କୌଣସି ପଦକ୍ଷେପ ନେବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *