ରାଜ୍ୟ

ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରି

ଭୁବନେଶ୍ୱର: ରାଜ୍ୟରେ ସକାଳୁ ଆରମ୍ଭ ହୋଇଗଲାଣି ଅସହ୍ୟ ତାତି। ଅସମ୍ଭାଳ ତାତିରେ ଆଜି ବି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରରେ ତାପମାତ୍ରା ୩୫ ଡିଗ୍ରି ରହିଥିବା ବେଳେ ଭବାନୀପାଟଣାରେ ୩୪.୫, ଟିଟିଲାଗଡ଼ରେ ୩୩.୪ ଡିଗ୍ରି, ଝାରସୁଗୁଡ଼ା ଓ ବାରିପଦାରେ ୩୩ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ବାଲେଶ୍ୱରରେ  ୩୨.୨ ଓ ଭୁବନେଶ୍ୱରରେ ୩୧.୮ ଡିଗ୍ରି ତାପମାତ୍ରା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛିଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଅସହ୍ୟ ତାତିରେ ଆଉଟପାଉଟୁ ହେଉଛନ୍ତି ଲୋକେ। ଏଣେ ୨୧ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି। ଏହାଫଳରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବାର ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *