ରାଜ୍ୟ

କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ଫୁଲବାଣୀ

ଶ୍ରୀ ରାମ ନବମୀ ଉପଲକ୍ଷେ କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ରାଜା ମାର୍କେଟରେ ଶ୍ରଦ୍ଧାଳୁ ମାନଙ୍କୁ ପଣା ବଣ୍ଟନ କରାଯାଇଥିଲା। ସହର ତଥା ସହର ବାହାରୁ ସହାଶ୍ରାଧିକ ଭକ୍ତ ପଣା ସେବନ କରି ମଜା ନେଇଥିଲେ ଏବଂ କାର୍ଯ୍ୟକ୍ରମର ଆଭିମୁଖ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସର୍ବଶ୍ରୀ ନବୀନ କିଶୋର ପଣ୍ଡା, ବଂଶୀଧର ପଣ୍ଡା, ନବକିଶୋର ରଥ, କେ. ଜ୍ଞାନକୁମାର ଦୋରା, ରାଜକିଶୋର ପାଢ଼ୀ, ଅମୀୟ କୁମାର ଦାସ, ରଘୁନନ୍ଦନ ପାତ୍ର, ପ୍ରମୋଦ କୁମାର ସାହୁ, ନାରାୟଣ ସାହୁ,ପିତାମ୍ବର ମିଶ୍ର,ବିକାଶ ଚନ୍ଦ୍ର ମହାନ୍ତି, ଦିଗାମ୍ବର ମହାପାତ୍ର, ପ୍ରଣବ ମଣ୍ଡଲ, ପ୍ରଶାନ୍ତ କୁମାର ବେହେରା, ବିରାଜ ନାହାକ, ମୋହନ ପ୍ରଧାନ, ରାଜେନ୍ଦ୍ର ତ୍ରିପାଠୀ, ଶ୍ରୀମତୀ ମଞ୍ଜୁଳା ପାଣିଗ୍ରାହୀ ପ୍ରମୁଖ ସଭ୍ୟ, ସଭ୍ୟା ବୃନ୍ଦ ପରିଚାଳନା କରିଥିଲେ। ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମ ସହରବାସୀଙ୍କ ହିତ ଉପଲକ୍ଷେ କରାଯିବ ବୋଲି ସଂଗଠନ ସମ୍ପାଦକ ସୂଚନା ଦେଇଥିଲେ

Leave a Reply

Your email address will not be published. Required fields are marked *