ରାଜ୍ୟ

ମୌଳିକ ସୁବିଧା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ୱାର୍ଡ଼ ବାସୀ ଙ୍କ ଭୋଟ ବର୍ଜନ ଚେତାବନୀ ସାଧାରଣ ନିର୍ବାଚନ ପୂର୍ବରୁ ମୌଳିକ ସୁବିଧା ପାଇଁ ୱାର୍ଡ଼ବାସୀ ଙ୍କ ଭୋଟ ବର୍ଜନ ଚେତାବନୀ

ମୌଳିକ ସୁବିଧା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ୱାର୍ଡ଼ ବାସୀ ଙ୍କ ଭୋଟ ବର୍ଜନ ଚେତାବନୀ ସାଧାରଣ ନିର୍ବାଚନ ପୂର୍ବରୁ ମୌଳିକ ସୁବିଧା ପାଇଁ ୱାର୍ଡ଼ବାସୀ ଙ୍କ ଭୋଟ ବର୍ଜନ ଚେତାବନୀ l କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ ଏ ସି ଅନ୍ତର୍ଗତ ଦୁଇ ନମ୍ବର ୱାର୍ଡ ର ପଚିଶ ପରିବାର ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି l ଦୀର୍ଘ ବର୍ଷ ହେବ ପଟ୍ଟା ଜମି ଉପରେ ପଚିଶ ପରିବାର ବସବାସ କରୁଥିଲେ ମଧ୍ୟ ସାହିବାସିନ୍ଦା କୁ ସର୍ବ ନିମ୍ନ ମୌଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ରହିଛନ୍ତି l ସାହିକୁ ଯିବା ପାଇଁ ରାସ୍ତାଟିଏ ନାହିଁ l ପାନୀୟ ଜଳର ବ୍ୟବସ୍ଥା ଆଦୌ ନାହିଁ l ନିର୍ବାଚନ ୠତୁ ଆସିଲେ ନେତା ଏ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଇ ଫେରିଛନ୍ତି କିନ୍ତୁ ପ୍ରତିଶ୍ରୁତି ପୂରଣ ହୋଇନାହିଁ l ସାହିକୁ ରାସ୍ତା ଓ ପାନୀୟ ଜଳର ବ୍ୟବସ୍ଥା ପାଇଁ ସାହି ବାସିନ୍ଦା ଉପ ଜିଲ୍ଲାପାଳ ବାଲିଗୁଡ଼ା ଏନ୍ ଏ ସି କତୃପକ୍ଷ ତହସିଲଦାର ଙ୍କୁ ଲିଖିତ ଆଭିଯୋଗ କରିଥିଲେ ମଧ୍ୟ ଫଳଶୂନ l ବର୍ତ୍ତମାନ ଯାତାୟତ ରାସ୍ତା କୁ କିଛି ମୁଷ୍ଟିମେୟ ବ୍ୟକ୍ତି ଜବର ଦଖଲ କରି ବିକ୍ରୟ କରି ପଥର ପକାଇ ରାସ୍ତା ବନ୍ଦ କରିଥିବା ଅଭିଯୋଗ ହେଉଛି l ପ୍ରଶାସନ କୁ ଗୁହାରୀ ପରେ ମଧ୍ୟ କେହି ନ ଶୁଣିବାରୁ ଅତିଷ୍ଠ ହୋଇ ଭୋଟ ବର୍ଜନ ଭଳି ଚରମ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି l

Leave a Reply

Your email address will not be published. Required fields are marked *