ରାଜ୍ୟ

ସକାଳ ସାଢ଼େ ୮ଟା ବେଳକୁ ବାଲେଶ୍ବର ସବୁଠାରୁ ଉତ୍ତପ୍ତ

ଭୁବନେଶ୍ୱର: ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟରେ ଅସମ୍ଭାଳ ତାତି ଦେଖିବାକୁ ମିଳିଛି। ସକାଳ ସାଢ଼େ ୮ଟା ସୁଦ୍ଧା ବାଲେଶ୍ବର ୩୪.୪ ଡଗ୍ରି ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଏଣେ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୬ ଡିଗ୍ରି ରେକର୍ଡ କରାଯାଇଛି। ତେଣେ ଚାନ୍ଦବାଲିରେ ୩୨.୬, ପୁରୀରେ ୩୨.୪, କେନ୍ଦୁଝରରେ ୩୧.୨, ଝାରସୁଗୁଡ଼ା ଓ ଗୋପାଳପୁରରେ ତାପମାତ୍ରା ୩୧.୪ ଡିଗ୍ରି ରେକର୍ଡ ହୋଇଛି।ଠିକ୍ ସେହିପରି ରାଉରକେଲାରେ ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୦ ଡିଗ୍ରି ରହିଥିବା ବେଳେ ସମ୍ବଲପୁରରେ ୩୦.୪, ପାରାଦୀପରେ ୩୦.୮ ଓ ହୀରାକୁଦରେ ତାପମାତ୍ରା ୩୧ ଡିଗ୍ରି ଥିବା ଜଣାଯାଇଛି।ଠିକ୍ ସେହିପରି ରାଉରକେଲାରେ ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୦ ଡିଗ୍ରି ରହିଥିବା ବେଳେ ସମ୍ବଲପୁରରେ ୩୦.୪, ପାରାଦୀପରେ ୩୦.୮ ଓ ହୀରାକୁଦରେ ତାପମାତ୍ରା ୩୧ ଡିଗ୍ରି ଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *