ମନୋରଞ୍ଜନ

ଆମିଷ ଖାଆନ୍ତି ନାହିଁ ଏହି ସବୁ ବଲିଉଡ୍‌ ତାରକା

ମୁମ୍ବାଇ: ନିରାମିଷ ଖାଦ୍ୟ ଖାଇବା ଦ୍ବାରା ଆମ ଶରୀର ସୁସ୍ଥ ରହିବା ସହ ମସ୍ତିଷ୍କ ବି ଉଚିତ ଭାବେ ବିକଶିତ ହୋଇଥାଏ ବୋଲି ପୂର୍ବକାଳରୁ ମୁନି, ଋଷିମାନେ କହି ଆସିଛନ୍ତି। ବଲିଉଡ୍‌ରେ ଏପରି କିଛି ତାରକା ଅଛନ୍ତି, ଯିଏକି ଏହାକୁ ବିଶ୍ବାସ ମଧ୍ୟ କରନ୍ତି।

ମେଗା‌ଷ୍ଟାର୍‌ ଅମିତାଭ ବଚ୍ଚନ ସେମାନଙ୍କ ମଧ୍ୟରୁ ଜଣେ। ବିଗ୍‌ ବି ଅମିତାଭ ପ୍ରଥମରୁ ଅମିଷ ଖାଉଥି‌ଲେ। ହେଲେ ୨୦୦୨ ମସିହାଠାରୁ ସେ ଆମିଷ ଖାଇବା ବର୍ଜନ କରିଛନ୍ତି। ସେ ବିଶ୍ବାସ କରନ୍ତି ଯେ ସୁସ୍ଥ ମସ୍ତିଷ୍କ ପାଇଁ ଶାକାହାରୀ ଭୋଜନ ଜରୁରୀ।

ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ଫିଗର୍‌କୁ ଦେଖି କେହି ବି କହିବେ ନାହିଁ ଯେ ସେ ନିରାମିଷାସୀ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଜନ୍‌ଙ୍କୁ ଶାକାହାରୀ ବଡି ବିଲ୍‌ଡରଙ୍କ ସୂଚୀରେ ଗଣନା କରାଯାଏ।

ଆପଣ ବିଶ୍ବାସ କରିବେ ନାହିଁ ଯେ ନିଜ ‘ବଡି ଟ୍ରାନ୍ସଫରମେସନ୍‌’ ଜରିଆରେ ପ୍ରଶଂସକଙ୍କୁ ବାରମ୍ବାର ଚକିତ କରାଉଥିବା ବଲିଉଡ୍‌ର ମିଷ୍ଟର୍‌ ପର୍‌ଫେକ୍ସନି‌ଷ୍ଟ୍‌ ଆମୀର ଖାନ୍‌ ବି ଜଣେ ଶାକାହାରୀ। ସେ ୨୦୧୫ ମସିହାରେ ନିଜ ଜନ୍ମଦିନଠାରୁ ଆମିଷ ନଖାଇବାକୁ ସଂକଳ୍ପ ନେଇଛନ୍ତି।

ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଏହି ଶାକାହାରୀ ତାରକାମାନଙ୍କ ମଧ୍ୟରୁ ଅନ୍ୟତମ। ସେ ନିଜର ଫିଟ୍‌ନେସକୁ ନେଇ ଖୁବ୍‌ ସଚେତନ। ତାଙ୍କୁ ଅଧିକାଂଶ ସମୟରେ ଯୋଗ ଓ ବ୍ୟାୟାମ କରୁଥିବାର ଦେଖିବାକୁ ମିଳେ। ଅନୁଷ୍କା ବିଶ୍ବାସ କରନ୍ତି ‌ଯେ ଶାକାହାରୀ ଭୋଜନ କେବଳ ଶାରୀରିକ ନୁହେଁ, ମାନସିକ ଶାନ୍ତି ପାଇଁ ବି ଜରୁରୀ।

ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିବା କଙ୍ଗନା ରାଣାୱତ୍‌ ବି ସୁଦ୍ଧ ଶାକାହାରୀ। ତାଙ୍କ ବ୍ୟତୀତ ଅଭିନେତ୍ରୀ ବିଦ୍ୟା ବାଲାନ, ଅଭିନେତା ସାହିଦ କପୁର, ବିଦ୍ୟୁତ୍‌ ଜାମ୍‌ୱାଲ୍‌ ଆଦି ମଧ୍ୟ ଏହି ତାଲିକାରେ ସାମିଲ୍‌।

Leave a Reply

Your email address will not be published. Required fields are marked *