ରାଜ୍ୟ

ଆଇପିଏଲ ଇତିହାସରେ ସର୍ବାଧିକ ସ୍କୋର କରିବାର ରେକର୍ଡ କଲା ହାଇଦ୍ରାବାଦ, ବେଙ୍ଗାଲୁରୁ ବିପକ୍ଷରେ ୨୮୮ ରନର ଲକ୍ଷ୍ୟ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୪ର ଏକ ମ୍ୟାଚରେ ଇତିହାସ ସୃଷ୍ଟି କରିଛି ସନରାଇଜର୍ସ ହାଇଦ୍ରାବାଦ । ଏହି ଦଳ ୨୮୭ ରନ କରିବା ସହ ଆଇପିଏଲ ଇତିହାସରେ ସର୍ବାଧିକ ସ୍କୋର କରିବାର ନିଜର ରେକର୍ଡକୁ ହିଁ କାଟି ଦେଇଛି । ଚଳିତ ସିଜନରେ ହିଁ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୭୭ ରନ କରି ରେକର୍ଡ କରିଥିଲାଏହି ରେକର୍ଡ ସ୍କୋର ସହ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଗରେ ୨୮୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ବେଙ୍ଗାଲୁରୁ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଦଳର ବ୍ୟାଟ୍ସମ୍ୟାନମାନେ ଧୂଆଁଧାର ବ୍ୟାଟିଂ କରି ଏକ ବିଶାଳ ସ୍କୋର ଛିଡ଼ା କରିଥିଲେ । ଦଳ ପକ୍ଷରୁ ଟ୍ରାଭିସ ହେଡ୍ ୧୦୨ ରନ କରିଥିବାବେଳେ ଅଭିଷେକ ଶର୍ମା ୩୨ ରନ କରିଥିଲେ । ସେହିପରି ହେନରିକ କ୍ଲାସେନ ୬୨ ରନ,  ଆଇଡେନ ମାର୍କରାମ ୩୨ରନ ଓ ଅବଦୁଲ ସମଦ ୩୭ରନ କରିଥିଲେ । ବେଙ୍ଗାଲୁରୁ ପକ୍ଷରୁ ଲକି ଫର୍ଗୁସନ ୨ଟି ଓ୍ବିକେଟ ନେଇଥିବାବେଳେ ରିସ୍ ଟପଲି ଗୋଟିଏ ଓ୍ବିକେଟ ନେଇଥିଲେ ।

Leave a Reply

Your email address will not be published. Required fields are marked *