ରାଜ୍ୟ

ଲୋକସଭା ନିର୍ବାଚନ: ଘରୋଇ ବିମାନ ଓ ହେଲିକପ୍ଟଟର ଚାହିଦା ୪୦% ବୃଦ୍ଧି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ରାଜନେତା ଓ ରାଜନୈତିକ ଦଳର ପ୍ରତିନିଧିମାନେ ଦେଶବ୍ୟାପୀ ପ୍ରଚାର କରୁଥିବାରୁ ଚାର୍ଟାର୍ଡ ବିମାନ ଓ ହେଲିକପ୍ଟଟର ଚାହିଦା ୪୦ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ଅପରେଟରମାନେ ୧୫ରୁ ୨୦ ପ୍ରତିଶତ ଅଧିକ ରୋଜଗାର କରିବେ ବୋଲି ଶିଳ୍ପ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଚାର୍ଟାର୍ଡ ବିମାନ ସେବା ପାଇଁ ଘଣ୍ଟା ପ୍ରତି ଦର ମଧ୍ୟ ବୃଦ୍ଧି ପାଇଛି। ଗୋଟିଏ ବିମାନ ପାଇଁ ପ୍ରାୟ ସାଢ଼େ ୪ରୁ ୫.୨୫ ଲକ୍ଷ ଟଙ୍କା ଏବଂ ଟ୍ଵିନ୍‌ ଇଞ୍ଜିନ୍‌ ହେଲିକପ୍ଟଟର ପାଇଁ ପ୍ରାୟ ୧.୫ରୁ ୧.୭ ଲକ୍ଷ ଟଙ୍କା ଶୁଳ୍କ ଲାଗୁ ହେବ।
ସାଧାରଣ ସମୟ ଓ ପୂର୍ବ ନିର୍ବାଚନ ବର୍ଷ ତୁଳନାରେ ଚଳିତ ନିର୍ବାଚନରେ ଚାହିଦା ବୃଦ୍ଧି ପାଇଥିବା ବେଳେ ଫିକ୍ସଡ ୱିଙ୍ଗ୍‌ ଏୟାରକ୍ରାଫ୍‌ଟ ଓ ହେଲିକପ୍ଟଟରର ସଂଖ୍ୟା କମ୍‌ ରହିଛି। କିଛି ଅପରେଟର ବିମାନ ଓ ହେଲିକପ୍ଟଟରକୁ ଲିଜ୍‌ରେ ନେବାକୁ ଚାହୁଁଛନ୍ତି।

ସାଧାରଣ ସମୟ ତୁଳନାରେ ନିର୍ବାଚନ ସମୟରେ ହେଲିକପ୍ଟଟରର ଚାହିଦା ୨୫ ପ୍ରତିଶତ ଅଧିକ ରହିଛି।। ଚାହିଦା ତୁଳନାରେ ଯୋଗାଣ କମ୍‌ ରହିଛି ବୋଲି ରୋଟାରି ୱିଙ୍ଗ୍‌ ସୋସାଇଟି ଅଫ୍‌ ଇଣ୍ଡିଆ (ଆରଡବ୍ଲ୍ୟୁଏସ୍‌ଆଇ)ର ସଭାପତି (ପଶ୍ଚିମାଞ୍ଚଳ) କ୍ୟାପଟେନ୍‌ ଉଦୟ ଗେଲି କହିଛନ୍ତି।

Leave a Reply

Your email address will not be published. Required fields are marked *