ରାଜ୍ୟ

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ମିଳିଲା ‘ଜେଡ’ ବର୍ଗର ସୁରକ୍ଷା

LatestLeadingଦେଶ- ବିଦେଶନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ମିଳିଲା ‘ଜେଡ’ ବର୍ଗର ସୁରକ୍ଷା। କେନ୍ଦ୍ର ଗୃହ ମନ୍ତ୍ରାଳୟର ସୂତ୍ର ଅନୁଯାୟୀ, ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ଗୁଇନ୍ଦ‌ା ରିପୋର୍ଟ ଆଧାରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ରାଜୀବ କୁମାରଙ୍କୁ ହତ୍ୟା ଧମକ ମିଳିଛି ନା ଅନ୍ୟ କିଛି ବିପଦ ରହିଛି, ସେ ବିଷୟରେ ଜଣାଇ ନାହିଁ ଗୃହ ମନ୍ତ୍ରାଳୟ। ଆଇବି ନିଜ ରିପୋର୍ଟରେ କ’ଣ ଦର୍ଶାଇଛି, ତାହା ସାମ୍ନାକୁ ଆସିନାହିଁ।ଜେଡ୍ ବର୍ଗର ସୁରକ୍ଷା ପ୍ରୋଟୋକଲ୍ ଅନୁଯାୟୀ, ବର୍ତ୍ତମାନ ରାଜୀବ କୁମାରଙ୍କ ସୁରକ୍ଷା ପାଇଁ ସିଆରପିଏଫ କମାଣ୍ଡୋ ସମେତ ମୋଟ ୩୩ସୁରକ୍ଷା କର୍ମୀ ନିୟୋଜିତ ହେବେ। ଏଥିରେ କୁମାରଙ୍କ ବାସଭବନରେ ନିୟୋଜିତ ହେବେ ୧୦ଜଣ ସଶସ୍ତ୍ର ଷ୍ଟାଟିକ୍ ଗାର୍ଡ, ୨୪ଘଣ୍ଟା ସୁରକ୍ଷା ଦେବା ପାଇଁ ୬ଜଣ ପିଏସଓ ଏବଂ ତିନିଟି ସିଫ୍ଟରେ କାର୍ଯ୍ୟ କରିବେ ୧୨ଜଣ ସଶସ୍ତ୍ର ଏସକର୍ଟ କମାଣ୍ଡୋ । ଏହା ବ୍ୟତୀତ କୁମାରଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଦୁଇଜଣ ୱାଚର ଏବଂ ତିନି ଜଣ ତାଲିମପ୍ରାପ୍ତ ଡ୍ରାଇଭର ପ୍ରତି ସିଫ୍ଟରେ ଷ୍ଟାଣ୍ଡବାଇରେ ରହିବେ।

By Sambad Digital 

Leave a Reply

Your email address will not be published. Required fields are marked *