ମନୋରଞ୍ଜନ

ରାମାୟଣ ଚଳଚ୍ଚିତ୍ର ପାଇଁ ନିଜ ପାରିଶ୍ରମିକ ବଢ଼ାଇଲେ ସାଇ ପଲ୍ଲବୀ, ନେବେ ଏତେ କୋଟି

ନୂଆଦିଲ୍ଲୀ: ଏବେ ଉଭୟ ବଲିଉଡ ଓ ସାଉଥ୍ ଷ୍ଟାର ପରସ୍ପର ସହ କାମ କରିବା ଆରମ୍ଭ କରିଛନ୍ତି। ବଲିଉଡ ତାରକାମାନେ ସାଉଥ୍ ଫିଲ୍ମରେ କାମ କରୁଥିବା ବେଳେ ସାଉଥ୍ ଷ୍ଟାରମାନେ ବଲିଉଡରେ ଡେବ୍ୟୁ କରିଛନ୍ତି। ନୟନତାରା, ବିଜୟ ସେଥୁପତି, ରାମଚରଣ, ଜୁନିୟର ଏନଟିଆର, କାଜଲ ଅଗ୍ରଲୱାଲ, ତାପସୀ ପନ୍ନୁ, କିଆରା ଆଡଭାନୀ, ପ୍ରଭାସଙ୍କ ଭଳି କଳାକାର ବଲିଉଡରେ ଡେବ୍ୟୁ କରିସାରିଥିବା ବେଳେ ଏବେ ଆଉ ଜଣେ ଲୋକପ୍ରିୟ ଅଭିନେତ୍ରୀ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପୌରାଣିକ ଚଳଚ୍ଚିତ୍ର ରାମାୟଣରେ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିବା ପାଇଁ ସାଇ ପଲ୍ଲବୀଙ୍କୁ କାଷ୍ଟ କରାଯାଇଥିବା ବେଳେ ଏହି ଫିଲ୍ମ ପାଇଁ ସେ ନିଜ ପାରିଶ୍ରମିକ ଦ୍ବିଗୁଣ କରିଥିବା ଜଣାପଡ଼ିଛି।  ଅଭିନେତ୍ରୀ ରଣବୀର କପୁରଙ୍କ ସହ ଏହି ଫିଲ୍ମରେ କାମ କରିବେ। ରଣବୀର ଏଥିରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ।ମିଳିଥିବା ସୂଚନା ମୁତାବକ, ଏହି ଫିଲ୍ମ ପାଇଁ ସାଇ ପଲ୍ଲବୀ ୧୦କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି। ପୂର୍ବରୁ ସେ କମ ପାରିଶ୍ରମିକ ନେଉଥିବା ବେଳେ ‌ଏହି ବଡ଼ ବଜେଟ ଫିଲ୍ମ ପାଇଁ ସେ ନିଜର ପାରିଶ୍ରମିକ ବଢ଼ାଇଥିବା ଜଣାପଡ଼ିଛି। ଫିଲ୍ମ ବିଷୟରେ କହିବାକୁ ଗଲେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ଫିଲ୍ମ ଦଙ୍ଗଲର ନିର୍ଦ୍ଦେଶକ ନୀତେଶ ତିୱାରୀ। ଏହି ଚଳଚ୍ଚିତ୍ରରେ ରଣବୀର କପୁରଙ୍କୁ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ, କେଜିଏଫ୍ ଷ୍ଟାର ୟଶଙ୍କୁ ରାବଣ ଭୂମିକାରେ ଓ  ସାଇ ପଲ୍ଲବୀଙ୍କୁ ମାତା ସୀତା ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଡେବ୍ୟୁ ପରେ ସେ ବଲିଉଡରେ ନିଜର ସ୍ଥାନ ତିଆରି କରିପାରୁଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *