ମୁଖ୍ୟ ଖବର

ମେଦିନୀପୁରରେ ଏନ୍‌ଆଇଏ ଟିମ୍‌କୁ ଆକ୍ରମଣ, ଅଧିକାରୀ ଆହତ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ର ଏକ ଟିମ୍ ଶନିବାର ଦିନ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାରେ ୨୦୨୨ ମସିହା ବୋମା ବିସ୍ଫୋରଣ ମାମଲାରେ ଚଢ଼ାଉ କରୁଥିବା ବେଳେ ଆକ୍ରମଣର ଶିକାର ହୋଇଛି। ଭୁପିଟାନିନଗର ଅଞ୍ଚଳରେ ଘଟିଥିବା ଆକ୍ରମଣରେ ଆତଙ୍କବାଦ ବିରୋଧୀ ଏହି ଏଜେନ୍ସିର ଜଣେ ଅଧିକାରୀ ଆହତ ହୋଇଛନ୍ତି।
ଚଢ଼ାଉ ସମୟରେ ହଠାତ୍ ଏକ ମାଓବାଦୀ ଟିମ୍‌ ଉପରେ ଆକ୍ରମଣ କରି ଏଜେନ୍ସିର କାରକୁ ଭଙ୍ଗାରୁଜା କରିଥିଲେ, ଫଳସ୍ୱରୂପ ଗାଡିର ୱିଣ୍ଡସ୍କ୍ରିନ ଭାଙ୍ଗି ଯାଇଥିଲା।
ଏକ ଭିଡିଓରେ ଅନେକ ପୁରୁଷ ଓ ମହିଳା ପୁଲିସ ଗାଡିକୁ ଅବରୋଧ କରି ପୁଲିସକୁ ପାଟି କରି ସେମାନଙ୍କୁ ଫେରିଯିବାକୁ କହୁଥିବାର ଶୁଣିବାକୁ ମିିଳିଛି। ମହିଳାମାନେ ରାସ୍ତାରେ ବାଉଁଶ ବାଡି ଧରି ସୁରକ୍ଷା କର୍ମୀଙ୍କ ସାମ୍ନାରେ ବସିଥିବାର ନଜର ଆସିଥିଲେ।
ଆଜି ସକାଳେ ଏନଆଇଏ ଅଧିକାରୀଙ୍କର ଏକ ଟିମ୍ ମୁଖ୍ୟ ଅଭିଯୁକ୍ତ ମୋନୋବ୍ରୋଟୋ ଜନଙ୍କ ସମେତ ବୋମା ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଥିଲା। କୋଲକାତା ଫେରୁଥିବା ସମୟରେ ଏଜେନ୍ସିର ଟିମ୍‌ ଉପରେ ଏହି ଆକ୍ରମଣ କରାଯାଇଥିଲା।ଏନଆଇଏ ସୂତ୍ର ଇଣ୍ଡିଆ ଟୁଡେକୁ କହିଛି ଯେ ଏହି ଆକ୍ରମଣ ସମ୍ପର୍କରେ ସ୍ଥାନୀୟ ପୁଲିସ ଷ୍ଟେସନକୁ ପୂର୍ବରୁ ସୂଚନା ଦିଆଯାଇଥିଲା ଏବଂ ତଥାପି ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇ ନାହିଁ। ପୁଲିସର ସୂତ୍ର ଅନୁଯାୟୀ, ଏନ୍ଆଇଏ ଟିମ୍ ଭୁପିଟାନିନଗରକୁ ସକାଳ ୫.୩୦ ରେ ଯାଇଥିଲେ, ଯାହାକ ସେମାନଙ୍କ ପହଞ୍ଚିବାର ଅନେକ ଆଗରୁ।

Leave a Reply

Your email address will not be published. Required fields are marked *