ରାଜ୍ୟ

ସ୍ଥାନୀୟ ଅମ୍ବପୁଆ ସ୍ଥିତ ଏସ୍- ଥ୍ରି ଲନ୍ ଠାରେ ଆୟୋଜିତ ସ୍ଵାଗତ ସମ୍ବର୍ଦ୍ଧନା

ସ୍ଥାନୀୟ ଅମ୍ବପୁଆ ସ୍ଥିତ ଏସ୍- ଥ୍ରି ଲନ୍ ଠାରେ ଆୟୋଜିତ ସ୍ଵାଗତ ସମ୍ବର୍ଦ୍ଧନା ତଥା ନିର୍ବାଚନ ପ୍ରସ୍ତୁତି ସଭାରେ ପ୍ରକମ୍ପିତ ହୋଇ “ଜୟ ଜଗନ୍ନାଥ 🙏 ଜୟ ନବୀନ…✊ ଜୟ ବିଜେଡ଼ି ✊.. ଜୟ ଶଙ୍ଖ..✊ ଜୟ ବିକ୍ରମ ଭାଇ” ଧ୍ୱନୀରେ ଗୁଞ୍ଜରଣ ସୃଷ୍ଟି କରିଥିଲା, ଯାହା ବିରୋଧୀ ଦଳ ଶିବିରରେ ଏକ ପ୍ରକାର ଛନକା ସୃଷ୍ଟି କରିଛି । ଆଜିର ଏହି ସଭାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା, ସଦସ୍ୟ , ସଦସ୍ୟା, ଏନ୍ ଏ ସି ଅଧ୍ୟକ୍ଷ, କାଉନସିଲର ବୃନ୍ଦ, ବହୁ ମହାନଗର ନିଗମ କର୍ପୋରେଟର, ବ୍ଲକ୍ ଅଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ବିଜେଡ଼ି ସର୍ବବର୍ଗିୟ ନେତୃବୃନ୍ଦ, ପଦାଧିକାରୀ, କର୍ମୀ ତଥା ହଜାର ହଜାର ସଂଖ୍ୟକ ଜନସାଧାରଣଙ୍କ ଉପସ୍ଥିତିରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ମହୋଦୟଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ, ଆଗାମୀ ସଧାରଣ ନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିମନ୍ତେ “ଶଙ୍ଖ ଚିହ୍ନରେ ଦୁଇ ଥର ସୁଇଚ୍ ଟିପି..” ଉଭୟ ଲୋକସଭା ତଥା ବିଧାନସଭା ପ୍ରାର୍ଥୀଙ୍କୁ ଏକ ଦୃଷ୍ଟାନ୍ତକାରୀ ଭୋଟରେ ଜୟଯୁକ୍ତ କରାଇ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ପୁଣି ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରି ଇତିହାସ ସୃଷ୍ଟି କରିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ..।🙏

Leave a Reply

Your email address will not be published. Required fields are marked *