ରାଜ୍ୟ

ଦାରିଙ୍ଗବାଡି ଓକିଲ ସଙ୍ଘ ବାର୍ ଆସୋସିଏସନ୍ ଭୋଟ ସମ୍ପନ୍ନ । ସଭାପତି ଭବେ ଶ୍ରୀ ରଞ୍ଜିତ ମନ୍ତ୍ରୀ ଓ ସମ୍ପାଦକ ଭାବେ ଶ୍ରୀ ଟିପୂ ସୁଲତାନ ନାୟକ ନିର୍ବାଚିତ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବାର୍ ଆସୋସିଏସନ୍ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଭୋଟ ଗ୍ରହଣ କାର୍ଯ୍ୟ ଶୃଙ୍ଖଳା ର ସହିତ ସମାପନ ହୋଇଛି । ସଭାପତି ଓ ସମ୍ପାଦକ ପଦବୀ ପାଇଁ ଦୁଇ ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ ।ଉଭୟ ଙ୍କ ମଧ୍ୟରେ କଡ଼ା ଟକର ହୋଇଥିଲା । ବାର୍ ଆସୋସିଏସନ୍ ପକ୍ଷରୁ ଶ୍ରୀ ରଞ୍ଜିତ କୁମାର ମନ୍ତ୍ରୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଶ୍ରୀ ପ୍ରଦୀପ କୁମାର ସାହୁ ଙ୍କ ଠାରୁ ସର୍ବାଧିକ ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଶ୍ରୀ ଟିପୂ ସୁଲତାନ ନାୟକ ତାଙ୍କ ରି ନିକଟତମ ପ୍ରତିଦ୍ବନ୍ଦୀ ଶ୍ରୀ ଇନ୍ଦ୍ର ମଣି ପ୍ରଧାନ ଙ୍କ ଠାରୁ ଅଧିକ ଭୋଟ ହାସଲ କରି ସମ୍ପାଦକ ସ୍ଥାନ ଦାଖଲ କରିଛନ୍ତି । ଉଭୟ ନବ ନିର୍ବାଚିତ ସଭାପତି ଶ୍ରୀ ମନ୍ତ୍ରୀ ଓ ସମ୍ପାଦକ ଶ୍ରୀ ନାୟକ ଙ୍କୁ ବାର୍ ଆସୋସିଏସନ୍ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିବା ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ବିଜୟ ର ମୂଲ୍ୟ ରେ ଶ୍ରୀ ରଞ୍ଜିତ କୁମାର ମନ୍ତ୍ରୀ ଓକିଲ ବାର୍ ଆସୋସିଏସନ୍ ଏବଂ ଓକିଲ ମାନଙ୍କ ର ଉନ୍ନତି ନିମନ୍ତେ ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ ଓକିଲ ବନ୍ଧୁ ଙ୍କ ସହଯୋଗ ରେ ଆବଶ୍ୟକୀୟ ପଦକ୍ଷେପ ନେବା ସାଙ୍ଗକୁ ବ୍ରାହ୍ମଣୀଗାଁ ତଥା ବିଭିନ୍ନ ଦୂରଦୁରାନ୍ତ ଅଞ୍ଚଳ ର ଜନ ସାଧାରଣ ଫୁଲବାଣୀ ପୋକ୍ସ କୋର୍ଟ, ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ , ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ କୋର୍ଟ ବାଲିଗୁଡ଼ା , ଏହି ସମସ୍ତ କୋର୍ଟ କୁ ଯିବା ଆସିବାର ଅସୁବିଧା କୁ ଲକ୍ଷ୍ୟ କରି ଦାରିଙ୍ଗବାଡି ଠାରେ ଏକ କ୍ୟାମ୍ପ କୋର୍ଟର ଆୟୋଜନ କରି ଏ ସବୁ ସମସ୍ୟା ର ସମାଧାନ କରାଯାଇ ପାରିବ ସେଥିପାଇଁ ସେ ଉଦ୍ୟମ ଜାରି ରଖିବେ ବୋଲି ସଭାପତି ଶ୍ରୀ ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *