Uncategorized

ଛତିଶଗଡରେ ବଡ ଏନକାଉଣ୍ଟର, ଯବାନଙ୍କ ଗୁଳିରେ ୬ ମାଓବାଦୀ ସଫା

ଛତିଶଗଡର ବିଜାପୁର ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୬ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ପୁଲିସ କହିଛି ଯେ ଆଜି ସକାଳେ ବିଜାପୁର ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଆଉ ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ଜଣେ ମହିଳାଙ୍କ ସମେତ ୬ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ବିଜାପୁର ଜିଲ୍ଲାର ଚିକୁରବତି-ପୁସବାକା ନିକଟ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ବସ୍ତର ରେଞ୍ଜ ଇନ୍ସପେକ୍ଟର ଜେନେରାଲ ସୁନ୍ଦରରାଜ ପି କହିଛନ୍ତି ଯେ ସୁରକ୍ଷାକର୍ମୀଙ୍କ ମିଳିତ ଟିମ୍ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲା, ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ | ଏହାର ପାଲଟା ଜବାବ ଦେବାକୁ ଯବାନମାନେ ମଧ୍ୟ ଅପରେସନ ଆରମ୍ଭ କରିଥିଲେ | ଏହି ଏନକାଉଣ୍ଟର ବାସାଗୁଡା ପୁଲିସ ଷ୍ଟେସନ ଅଧୀନରେ ଥିବା ଚିକୁରବତି-ପୁସବାକା ନିକଟ ଜଙ୍ଗଲରେ ହୋଇଥିଲା। ସେ କହିଛନ୍ତି ଯେ ଏହି ଅପରେସନରେ ଡିଆରଜି, ସିଆରପିଏଫ ୨୨୯, କୋବ୍ରା ଟିମ୍ ସାମିଲ ହୋଇଥିଲେ | ସେ କହିଛନ୍ତି ଯେ ଏନକାଉଣ୍ଟର ଶେଷ ହେବା ପରେ ଘଟଣାସ୍ଥଳରୁ ଜଣେ ମହିଳାଙ୍କ ସମେତ ୬ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଚାଲିଛି

Leave a Reply

Your email address will not be published. Required fields are marked *