ରାଜ୍ୟ

ଜିଦ୍ ଛାଡି ଭାରତ ସହିତ କଥାବାର୍ତ୍ତା କର: ମଇଜ୍ଜୁଙ୍କୁ ପୂର୍ବତନ ରାଷ୍ଟ୍ରପତିଙ୍କ ପରାମର୍ଶ

ମାଲେ: ଚୀନ୍ ସମର୍ଥକ ମାଳଦ୍ବୀପର ରାଷ୍ଟ୍ରପତି ମହମ୍ମଦ ମଇଜ୍ଜୁଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ଯୋଗୁଁ ବର୍ତ୍ତମାନ ଦେଶର ଅବସ୍ଥା ବିଗିଡିବାରେ ଲାଗିଛି। ମାଳଦ୍ୱୀପ ଉପରେ ଋଣ ଭାର ବଢୁଛି ଏବଂ ଏଥିରୁ ଦେଶକୁ ସୁରକ୍ଷା ଦେବାରେ ମଇଜ୍ଜୁ କୌଣସି ଉପଯୁକ୍ତ ପଦକ୍ଷେପ ନେଇପାରୁ ନାହାନ୍ତି। ଏପରିସ୍ଥଳେ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସାଲିହ କହିଛନ୍ତି ଯେ ମଇଜ୍ଜୁ ନିଜର ଜିଦ୍ ମନୋଭାବ ଛାଡି ପଡୋଶୀ ଦେଶ ସହ ମିଶି ନିଜ ଦେଶର ଆର୍ଥିକ ସମସ୍ୟାର ସମାଧାନ କରିବା ଉଚିତ। ସାଲିହଙ୍କ ସଙ୍କେତ ଭାରତ ଆଡକୁ ଥିଲା। ସାଲିହଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ମହମ୍ମଦ ମଇଜ୍ଜୁ ଏକ ଦିନ ପୂର୍ବରୁ ଭାରତକୁ ଋଣ ପରିଶୋଧ କରିବାକୁ ସାହାଯ୍ୟ ମାଗିଥିଲେ।

ମାଲେରେ ମାଲଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି (ଏମଡିପି)ର ଏକ ରାଲିକୁ ସମ୍ବୋଧିତ କରି ସାଲିହ କହିଛନ୍ତି ଯେ ମଇଜ୍ଜୁ ଋଣ ରିହାତି ପାଇଁ ଆଲୋଚନା କରୁଛନ୍ତି ବୋଲି ସେ ଗଣମାଧ୍ୟମର ରିପୋର୍ଟ ଦେଖିଛନ୍ତି। ଏହା ଭାରତର ଋଣ ହେତୁ ସମସ୍ୟା ନୁହେଁ। ଚୀନ୍ ଋଣରେ ମାଲଦ୍ୱୀପକୁ କିପରି ପୋତି ଦିଆଯାଇଛି ତାହା ସେ ସ୍ପଷ୍ଟ କରିଛନ୍ତି।

ପୂର୍ବତନ ରାଷ୍ଟ୍ରପତି କହିଛନ୍ତି ମାଳଦ୍ୱୀପ ଉପରେ ଚୀନ୍ ର ୧୮ ବିଲିୟନ ମାଳଦ୍ୱୀପ ଟଙ୍କା ଋଣ ରହିଛି, ଏହାର ତୁଳନାରେ ଭାରତରୁ କେବଳ ୮ ବିଲିୟନ ଋଣ ନିଆଯାଇଛି, ଯାହାକୁ ପରିଶୋଧ କରିବାକୁ ୨୫ ବର୍ଷ ସମୟ ଦିଆଯାଇଛି। ସଲିହ କହିଛନ୍ତି, ତଥାପି, ମୁଁ ନିଶ୍ଚିତ ଯେ ଆମର ପଡ଼ୋଶୀମାନେ ସାହାଯ୍ୟ କରିବେ। ଆମେ ଆମର ଜିଦ୍ ମନୋଭାବ ତ୍ୟାଗ କରିବା ଉଚିତ୍ । ଆମ ପାଖରେ ଅନେକ ସହଯୋଗୀ ଅଛନ୍ତି ଯେଉଁମାନେ ଆମକୁ ସାହାଯ୍ୟ କରିପାରିବେ କିନ୍ତୁ ମଇଜ୍ଜୁ ଆପୋଷ ବୁଝାମଣା କରିବାକୁ ପ୍ରସ୍ତୁତ ନୁହଁନ୍ତି। ମୁଁ ଭାବୁଛି ବର୍ତ୍ତମାନ ସେ ପରିସ୍ଥିତି ବୁଝିବା ଆରମ୍ଭ କରିଛନ୍ତି। ତେଣୁ ତାଙ୍କର ମନୋଭାବରେ କେତେକ ପରିବର୍ତ୍ତନ ଆସିଛି।

Leave a Reply

Your email address will not be published. Required fields are marked *