ରାଜ୍ୟ

୧୦ ଦିନିଆ ପୁଲିସ୍‌ ହେପାଜତରେ ଗଲେ ସନ୍ଦେଶଖାଲି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହାନ

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲି ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହାନଙ୍କୁ ୫୫ ଦିନ ପରେ ଗୁରୁବାର ସକାଳୁ ଗିରଫ କରାଯାଇଥିଲା। ଏବେ ଗିରଫ ପରେ ତାଙ୍କୁ ୧୦ ଦିନିଆ ପୁଲିସ୍‌ ହେପାଜତରେ ନିଆଯାଇଛି।

୫୩ ବର୍ଷୀୟ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ମିନାଖାନ ଅଞ୍ଚଳରୁ ଉଠାଇ ନିଆଯାଇଥିଲା, ଯେଉଁଠାରେ ସେ ନିଜ ବନ୍ଧୁମାନଙ୍କ ସହ ଲୁଚି ରହିଥି‌ଲେ। ଶାହାଜାହାନ ପ୍ରାୟ ୧୦:୩୦ ସମୟରେ ବସିରହାଟ କୋର୍ଟରେ ହାଜର ହୋଇଥିଲେ ଏବଂ ତାଙ୍କୁ ୧୦ ଦିନ ପାଇଁ ପୁଲିସ ହେପାଜତକୁ ପଠାଯାଇଛି। ପରେ ତାଙ୍କୁ କୋଲକାତା ନିଆଯାଇଥିବା ସୂଚନା ରହିଛି।
ଜାନୁଆରି ୫ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଚଢ଼ାଉ ବେଳେ ଅଧିକାରୀଙ୍କ ଉପରେ ଆକ୍ରମଣ ମାମଲାରେ ଟିଏମ୍‌ସି ନେତାଙ୍କୁ ଗିରଫ କରାଯାଇଛି ବୋଲି ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ଟିଏମ୍‌ସିର ଏହି ପ୍ରଭାବଶାଳୀ ନେତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଓ ଜମି ଦୁର୍ନୀତି, ରାସନ ବଣ୍ଟନ ଦୁର୍ନୀତି ଆଦି ମାମଲା ରହିଛି। ଶାହାଜାହାନକୁ ପଚରାଉଚରା କରିବା ପାଇଁ ଇଡି ବାରମ୍ବାର ସମନ କରିଥିଲା । ହେଲେ ଇଡି ଅଧିକାରୀଙ୍କୁ ଆକ୍ରମଣ ପରେ ଫେରାର ହୋଇଯାଇଥିବା ଶାହାଜାହାନ୍ ହାଜର ହୋଇନଥିଲେ । ଏହା ପରେ ତାଙ୍କୁ ଗିରଫ କରିବା ପାଇଁ ଗତ ସୋମବାର ଦିନ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଆସନ୍ତା ୪ ତାରିଖ ସୁଦ୍ଧା ଗିରଫ କରି ହାଜର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *