ରାଜ୍ୟ

ସ୍ଵତୀ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ଟ୍ରାନ୍ସଜେଣ୍ଡର ଅଧିକାର କର୍ମଶାଳାଫୁଲବାଣୀ – ଅଶୋକ କୁମାର ମିଶ୍ର ଙ୍କ ରିପୋର୍ଟ

କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ସ୍ଵତୀ ପକ୍ଷରୁ
ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ କକ୍ଷରେ ଟ୍ରାନ୍ସ ଜେଣ୍ଡ ର ଅଧିକାର ଓ ସମ୍ମାନ ଉପରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା l
ଏହି ଅବସର ରେ ସ୍ଵlତୀ ସମ୍ପାଦକ ହରି ଶଙ୍କର ରାଉତ ଙ୍କ ସଭାପତିତ୍ଵ ରେ ଅୟୋଜିତ କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ବେହେରା, ସୁନୀଲ ବିଶ୍ଵାଳ ଟ୍ରାନ୍ସଜେଣ୍ଡର ଭଉଣୀ ବିଷ୍ନୁ ପ୍ରିୟା ପ୍ରମୁଖ ଯୋଗ ଦେଇ କିନ୍ନର ମାନଙ୍କୁ ସରକାର ସମସ୍ତ୍ ପ୍ରକାର ସାହାଯ୍ଯ ସହଯୋଗ କରିବା ଉଚିତ୍ ବୋଲି କହିଥିଲେ l
ସେମାନଙ୍କ ଅଧିକାର ଓ ସମ୍ମାନ ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ l ସ୍ଵତୀ ଏକମାତ୍ର ସଂସ୍ଥା ଯିଏକି ଦିର୍ଘ ବର୍ଷ ହେଲା କିନ୍ନର ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସଚେତନ କରିବା ସହ ଆତ୍ମ ନିର୍ଭରଶୀଳ କରିବା ପାଇଁ ଯଥାସlଧ୍ୟ ଉଦ୍ୟମ କରି ଆସିଥିବା ରୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ l
ଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଓ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ବେହେରା ଙ୍କୁ ସ୍ଵତୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l
ସ୍ଵାତି ର ସଂଯୋଜକ ପ୍ରଦୀପ କୁମାର ସ୍ଵାଇଁ ଓ ଅନ୍ୟମାନେ କର୍ମଶାଳା କୁ ସୁଚାରୁରୂପେ ପରିଚାଳନା କରିଥିଲେ l ଜିଲାର ବିଭିନ୍ନ୍ ଅଞ୍ଚଳ ରୁ ଶତାଧିକ କିନ୍ନର ଭଉଣୀ, ପି ଆଇ ଆଇ ସଦସ୍ୟ ସ୍ଵେଚ୍ଛାସେବୀ, ଗଣ ମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *