ରାଜ୍ୟ

ଭର୍ଚୁଆଲ ରେ ଦାରିଙ୍ଗବାଡ଼ି ରେ ୧୩ଟି ସ୍ମାର୍ଟ ସ୍କୁଲ ଉଦଘାଟିତ

କନ୍ଧମାଳ ଜିଲ୍ଲା ରେ ଚତୁର୍ଥ ପର୍ଯ୍ୟାୟରେ ଜିଲ୍ଲାର ୪୬ଟି ଉଚ୍ଚ ବିଦ୍ୟାଳୟ ର ରୂପାନ୍ତରୀକରଣ କରାଯାଇ ୫ଟି ଯୋଜନାରେ ସ୍ମାର୍ଟ ସ୍କୁଲ ଯୋଜନାରେ ସାମିଲ କରାଯାଇଛି l ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ି ବ୍ଲକରେ ନୂତନ ଭାବେ ୧୩ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରୀକରଣ କରି ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ରେ ଉଦଘାଟନ କରିଛନ୍ତି। ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ସ୍ଥିତ ସରୋଜିନୀ ନାଇଡୁ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା। ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟଗୁଡିକ ରେ ସ୍ମାର୍ଟକ୍ଲାସ ରୁମ, ଇ -ଲାଇବ୍ରେରୀ, ସ୍ଵଚ୍ଛ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ଇତ୍ୟାଦି ବ୍ୟବସ୍ଥା କରାଯାଇଛି l ସରକାରଙ୍କ ରୂପାନ୍ତିକରଣ କାର୍ଯ୍ୟକ୍ରମ ଦ୍ବାରା ସରକାରୀ ହାଇସ୍କୁଲ ଗୁଡିକରେ ମଧ୍ୟ ବେସରକାରୀ ଇଂରାଜୀ ମିଡିୟମ ସ୍କୁଲ ପରି ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ, ଶୈକ୍ଷିକ ବାତାବରଣ, ସହିତ ଅଡିଓ-ଭିଡିଓ (AV)ମାଧ୍ୟମରେ ଛାତ୍ର ଛାତ୍ରୀ ସହଜରେ ପାଠ ବୁଝି ପାରିବେ l ଦାରିଙ୍ଗବାଡ଼ି ବ୍ଳକର ୧୩ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରୀକରଣରେ ସାମିଲ ହୋଇଥିବା ବେଳେ ସେଥି ମଧ୍ୟରେ ବାଡ଼ାବାଙ୍ଗା ପଞ୍ଚାୟତ କଟାସିଂ ସରକାରୀ ଉଚ୍ଚ ବିଦ୍ୟାଳୟ ,ବ୍ରାହ୍ମଣୀ ଗାଁ ପ୍ରଭାତିତାରା ବାଳିକା ଉଚ୍ଚ ବିଦ୍ୟାଳୟ ,ଦାରିଙ୍ଗବାଡି ଲାଲ ବାହାଦୁର ବିଦ୍ୟାପୀଠ ,ଦାସିଙ୍ଗବାଡି ଆଦିବାସୀ ଉଚ୍ଚ ବିଦ୍ୟାଳୟ ,ଗଦାପୁର ପଞ୍ଚାୟତ ଧୂସାରି ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ , ଗ୍ରୀନବାଡ଼ି ସ୍ଥିତ ସରୋଜିନୀ ନାଇଡୁ ବାଳିକା ଉଚ୍ଚ ବିଦ୍ୟାଳୟ ,କାଟିଙ୍ଗିଆ ପଞ୍ଚାୟତ ମିଞ୍ଜାପଙ୍କା ସରକାରୀ ଉଚ୍ଚ ବିଦ୍ୟାଳୟ , ଗ୍ରୀନବାଡ଼ି ପଞ୍ଚାୟତ କଟାବାଡି ସରକାରୀ ଉଚ୍ଚ ବିଦ୍ୟାଳୟ ,ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉଚ୍ଚ ବିଦ୍ୟାଳୟ ,ତାଜୁଙ୍ଗିଆ ପଞ୍ଚାୟତ ର ତାଜୁଙ୍ଗିଆ ଆଇଜାକ୍ ବେହେରା ଉଚ୍ଚ ବିଦ୍ୟାଳୟ , ବୁଡାଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, , ଦାରିଙ୍ଗବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ , ଝିଞ୍ଜିରିଗୁଡ଼ା ପଞ୍ଚାୟତ ର ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସାମିଲ ହୋଇଛି l ଏହି କାର୍ଯ୍ୟକ୍ରମରେ ଗ୍ରୀନବାଡ଼ି ସରପଞ୍ଚ ସୁନିତା ପ୍ରଧାନ ,ସମିତି ସଭ୍ୟ ରେଣୁକା ପ୍ରଧାନ ,ୱାର୍ଡ ମେମ୍ବର ଆରତୀ ପ୍ରଧାନ ବ୍ଲକ ର କନିଷ୍ଠ ଯନ୍ତ୍ରୀ ତୁଷାର ରଞ୍ଜନ ସେଠୀ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ସ୍ଥାନୀୟ ଲୋକ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।ତେବେ ବିଦ୍ୟାଳୟ ର ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧପନ୍ତରିଆ ଅବସ୍ଥାରେ ରହିଛି ତରବରିଆ ଭାବେ ଉଦଘାଟନ କରାଯାଇଥିବା ଦେଖିବାକୁ ମିଳିଛି l ଅନ୍ୟପକ୍ଷରେ ବ୍ଲକ ସ୍ତରୀୟ ଉଦଘାଟନ କାର୍ଯ୍ୟକ୍ରମରେ କୌଣସି ଉଚ୍ଚ ପଦସ୍ତ କର୍ମଚାରୀ ଉପସ୍ଥିତ ନଥିଲେ ଏବଂ କମ ସଂଖ୍ୟକ ଛାତ୍ରୀ ଉପସ୍ଥିତ ରହିଥିଲେ l

Leave a Reply

Your email address will not be published. Required fields are marked *