ରାଜ୍ୟ

ସରନା ଓ ଜାଲପାଲି ମଧ୍ୟରେ ଫାଇନାଲ ସରନା ଦଳ ବିଜୟୀ

ବିଜେପୁର, ( ନି ପ୍ର ) ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବୈରଖପାଲିଠାରେ ଦୀର୍ଘ ୫ ଦିନ ଧରି ଏମ୍.ଏସ୍.ସି.ଏ ର ୨୦ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ, ସମ୍ମାନିତ ଅତିଥି ଶ୍ରୀମାନ ମୋତିରାମ ସାହୁ, ବୈରଖପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଶ୍ରୀମାନ ଭୋଜରାଜ ସାହୁ, ଯୁବ ନେତା ଶ୍ରୀମାନ କୁଶ ସାହୁ, ସାଇପାଲି ଜୋନର ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀମାନ ସୁଦାମ ଚରଣ ସାହୁ, ଗଣ୍ଠିଆପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମାନ ରବି ସାହୁ ଓ ସୁରୁବାଲି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରତିନିଧି ଶ୍ରୀମାନ ସୁଦାମ ସାହୁ ଯୋଗଦାନ କରିଥିଲେ । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଅଂଶଗ୍ରହଣ କରିଛନ୍ତି। ସେହି ଦଳ ଗୁଡିକ ହେଲେ ଧାଙ୍ଗେରପାଲି , ଏମ୍.ଗଣ୍ଡପାଲି , ଫୁଲାପାଲି , ଜାଲପାଲି , ପଣ୍ଡକିଟାଲ , ଜମୁର୍ଡା, ତୋରା , ଆଗଲପୁର, ତମାମୁରା , ସରନା, ଗୁଲଗୁଣ୍ଡା , ମହଦା, ଗୋପେଇପାଲି , ସୁଢାପାଲି ଓ ଚିଚିଣ୍ଡା । ଏଥିରେ ସରନା ଦଳ ଫାଇନାଲ ମ୍ୟାଚ ଜିତିଥିଲେ । ଏଥିରେ ପ୍ରହଲ୍ଲାଦ ମେହେର, ଘାସି ମେହେର, ଧୃବ ମେହେର, ସୁବାଷ ମେହେର , ସୁଦର୍ଶନ ମେହେର ଓ ରାଜୁ ମେହେର ଅମ୍ପାରସିପ୍ କରୁଛନ୍ତି। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମହେନ୍ଦ୍ର ମେହେର, ପ୍ରେମାନନ୍ଦ ମେହେର, ଉକିଳ ମେହେର, ଜୁବରାଜ ମେହେର, ନରେନ୍ଦ୍ର ବାଗ, ମନୋଜ ମେହେର, ବାବୁଲାଲ ମେହେର, ମାର୍ଗଶୀର ସାହୁ, ଧର୍ମେନ୍ଦ୍ର ବାଗ, ତପୁନ ମେହେର, କମଳ ମେହେର, ଲୋକନାଥ ମେହେର, ଲକ୍ଷ୍ମଣ ମେହେର, ସୁଦାମ ମେହେର, ଥବିର ମେହେର ଓ ପଦ୍ମଲୋଚନ ମେହେର ବହୁତ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *