ରାଜ୍ୟ

ସେଁପୁର ଶିଶୁବିଦ୍ୟାମନ୍ଦିରରେ ୧୬ତମ ବାର୍ଷିକ ଉତ୍ସବ

ଭବାନୀପାଟଣା / ସେଁପୁର ୨୬|୧୨ (ନି.ପ୍ର): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସେଁପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ୧୬ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ଯୋଗଦେଇ ନବନିର୍ମିତ ବୌଦ୍ଧିକ ମଣ୍ଡପ ଉଦଘାଟନ କରି ଶିଶୁଭାଇଭଉଣୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଜେ.ପି.ସନ୍ଧ୍ୟା ମହାବିଦ୍ୟାଳୟର ଅଧ୍ୟାପକ ପରମେଶ୍ୱର ମୁଣ୍ଡ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁ ଭାଇଭଉଣୀ ଓ ଅଭିଭାବକ ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ଭବାନୀପାଟଣା ସଦର ବ୍ଲକ ଏ.ବି.ଓ ଜୟ କୁମାର ମାଝୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କୁ ଦୈନନ୍ଦିନ ଜୀବନରେ ଶିକ୍ଷାର ମହତ୍ତ୍ୱ ବିଷୟରେ ମାର୍ଗଦର୍ଶନ କରିଥିଲେ । ସମ୍ପାଦକ ନରେଶ ସାହୁ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ଟିକଦେବ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଉତ୍ସବ ସଭାପତି ମକରଧ୍ୱଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭାକାର୍ଯ୍ୟ ସମାପ୍ତିପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ପରିଚାଳନା ଜନାର୍ଦ୍ଦନ ବାଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତିର କୋଷାଧ୍ୟକ୍ଷ ଶଶୀଭୂଷଣ ପ୍ରସାଦ ସାହୁ ତଥା ଅନ୍ୟ ସଦସ୍ୟ, ସଦସ୍ୟା ଓ ଗୁରୁଜୀ ଗୁରୁମା ଉପସ୍ଥିତ ରହି ସହଯୋଗ କରିଥିଲେ । ଅଗଣିତ ଅଭିଭାବକ,ଅଭିଭାବିକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ।

Leave a Reply

Your email address will not be published. Required fields are marked *