ରାଜ୍ୟ

ବେଙ୍ଗାଲୁରୁ ସେକ୍ସ ସ୍କାଣ୍ଡାଲ : ଏଚଡି ରେଭାନ୍ନାଙ୍କୁ ଅଟକ ରଖିଲା ପୁଲିସ

ବେଙ୍ଗାଲୁରୁ : ଅପହରଣ ଅଭିଯୋଗ ପରେ ଜେଡିଏସ୍ ନେତା ଏଚ୍ ଡି ରେଭାନ୍ନାଙ୍କୁ ପୁଲିସ ଅଟକ ରଖିଛି। ତେବେ ସେକ୍ସ ସ୍କାଣ୍ଡାଲ ମାମଲାରେ ତାଙ୍କ ପୁଅ ତଥା ମୁଖ୍ୟ ଅଭିଯୁକ୍ତ ପ୍ରଜ୍ବଲ ରେଭାନ୍ନା ଦେଶ ଛାଡ଼ି ଫେରାର ଅଛନ୍ତି। ପ୍ରଜ୍ୱଲ ରେଭାନ୍ନାଙ୍କୁ ଖୋଜିବା ପାଇଁ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ବେଙ୍ଗାଲୁରୁସ୍ଥିତ ଏଚ୍ ଡି ଦେବଗୌଡ଼ାଙ୍କ ଘରେ ପହଞ୍ଚିଥିଲା। ଏହାପରେ ଏଚଡି ରେଭାନ୍ନାଙ୍କୁ ଅଟକ ରଖାଯାଇଛି। ତାଙ୍କୁ ଜେରା ପାଇଁ ଏସଆଇଟି ନିଜ ଅଫିସକୁ ନେଇଯାଇଛି ।

ଏହି ମାମଲାରେ ପ୍ରଜ୍ୱଲ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ଏଚ୍ ଡି ରେଭାନ୍ନା ଅନ୍ତରୀଣ ଜାମିନ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଉଭୟ ଅଭିଯୁକ୍ତ ନେତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ପୁଅ ଏଚଡି ରେଭାନ୍ନା ଏବଂ ତାଙ୍କ ପୁଅ ପ୍ରଜୱାଲ ରେଭାନ୍ନାଙ୍କ ବିରୋଧରେ ସେଠାରେ କାର୍ଯ୍ୟରତ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ପ୍ରଜ୍ୱାଲଙ୍କ ଅନେକ ଆପତ୍ତିଜନକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ ପ୍ରଜ୍ୱାଲ ଦେଶ ଛାଡ଼ି ପଳାଇଛନ୍ତି। ସେମାନେ ଜର୍ମାନୀରେ ଥିବା କୁହାଯାଉଛି।

ପ୍ରଜ୍ୱଲ ରେଭନ୍ନା କର୍ଣ୍ଣାଟକର ହାସନ ଲୋକସଭା ଆସନରୁ ବର୍ତ୍ତମାନର ସାଂସଦ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ବର୍ତ୍ତମାନର ଜେଡିଏସ୍ ପ୍ରାର୍ଥୀ ମଧ୍ୟ ଅଟନ୍ତି । ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କ ଲୋକସଭା ଆସନରେ ମତଦାନ ହୋଇଥିଲା। ଏହାପରେ ତାଙ୍କର ଆପତ୍ତିଜନକ ଭିଡିଓ ଭାଇରାଲ ହେବା ସହ ସେବେଠାରୁ ସେ ସର୍ବସାଧାରଣରେ ନଜର ଆସିନାହାନ୍ତି। ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।

Leave a Reply

Your email address will not be published. Required fields are marked *