ରାଜ୍ୟ

ପୁଞ୍ଚରେ ଏୟାରଫୋର୍ସ ଗାଡ଼ି ଉପରେ ଆକ୍ରମଣ, ୫ ଆହତ, ଜଣକ ଅବସ୍ଥା ଗୁରୁତର

ଶ୍ରୀନଗର : ଜମ୍ମୁର ପୁଞ୍ଚ ଜିଲ୍ଲାରେ ବାୟୁସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ମିଳିଛି । ଏହି ଆକ୍ରମଣରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାସ୍ଥଳରେ ସେନା ପହଞ୍ଚିଛି।

ରିପୋର୍ଟ ଅନୁସାରେ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସଂଧ୍ୟା ପ୍ରାୟ ୬ଟା ୧୫ ମିନିଟ୍ ରେ ସୁରନକୋଟ ଥାନା ଅନ୍ତର୍ଗତ ସନାଇର ବକେରବାଲ ଅଞ୍ଚଳରେ ଜରୌଲିରୁ ଶାଷ୍ଟାର ଅଭିମୁଖେ ଯାଉଥିବା ବେଳେ ବାୟୁସେନା ର ଏହି ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ଗତବର୍ଷ ସେନା ଉପରେ କ୍ରମାଗତ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଏହି ଅଞ୍ଚଳରେ ଚଳିତ ବର୍ଷ ଏହା ହେଉଛି ସଶସ୍ତ୍ର ବାହିନୀ ଉପରେ ପ୍ରଥମ ବଡ଼ ଧରଣର ଆକ୍ରମଣ।

ଆତଙ୍କବାଦୀ ଆକ୍ରମଣ ଏବଂ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିଥିବାରୁ ଏହି ଅଞ୍ଚଳକୁ ଅତିରିକ୍ତ ସୁରକ୍ଷା ବଳ ପଠାଯାଇଛି। ଆକ୍ରମଣ ପରେ ଫଟୋରେ ଦେଖିବାକୁ ମିଳିଛି ଯେ ଗାଡିର ୱିଣ୍ଡସ୍କ୍ରିନରେ ଅତି କମରେ ଏକ ଡଜନ ଗୁଳି ବାଜିଛି । ସ୍ଥାନୀୟ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଦେଇଛି । ଆହତ ଯବାନଙ୍କୁ ଏୟାରଲିଫ୍ଟ କରି ଉଧମପୁର କମାଣ୍ଡ୍  ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *