ରାଜ୍ୟ

ପବିତ୍ର ଶ୍ରୀମଦ୍ ଭାଗବତ ଜନ୍ମ ଦିବସ ପାଳିତ

ଧର୍ମଶାଳା ରୁ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ – ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କାଏମାସ୍ଥିତ ବିଭିନ୍ନ ଗ୍ରାମରେ ଅସହାୟର ବନ୍ଧୁ ସେବା ସଂଗଠନ ତରଫରୁ ଭାଗବତ୍ ପ୍ରେମୀଙ୍କ ଦ୍ୱାରା ଶ୍ରୀମଦ୍ ଭାଗବତ ମହାପୁରଣା ପାଠ ସହ ଜନ୍ମ ଦିନ ପାଳିତ ହୋଇଯାଇଛି । ସେହିପରି ଅଲଣୀ ସାହୁ ପାଟଣା,ନରସିଂହପୁର ଓ ଚଇନିହୁଡା ଗ୍ରାମରେ ଭାଗବତ ପ୍ରେମୀମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଆଜିର ବ୍ୟସ୍ତ ବହୁଳ ଜୀବନରେ ଆଧୁନିକର ଦ୍ୱାହିଦେଇ ଭଗବାନ୍ ଙ୍କ ପୂରାଣ ପାଠକୁ ଭୁଲି କୁସଂସ୍କାର,ଅସଭ୍ଯତା ପଛେ ଦିନ କାଟୁଥିବାର ଦୃଷ୍ଟାନ୍ତ ରହିଛି । ଯାହା ଫଳରେ ମନୁଷ୍ୟ ସୁପଥଗାମୀ ହେବା ତ ଦୂର କଥା କୁପଥରେ ଯାଇ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବାର ଦେଖିବାକୁ ମିଳୁଛି । ଏହା ଏକ ସଂଗଠନ ତରଫରୁ ଭିନ୍ନ ପ୍ରୟାସ ଏବଂ ପ୍ରତି ଗ୍ରାମରେ ଏକ ଭାଗବତୀ ଟୁଙ୍ଗୀ କରିବା ସହ ସନ୍ଧ୍ୟାର ଆଳିତରେ ଶ୍ରୀମଦ୍ ଭାଗବତ ପଢିବା ପାଇଁ ଭାଗବତ ପ୍ରେମୀମାନେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ପ୍ରତିଷ୍ଠାତା ଓ ସମ୍ପାଦକ-ଶ୍ରୀଗଣେଶ୍ଵର ନାୟକ, ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାସ, ଶ୍ରୀମତୀ କାଦମ୍ବିନୀ ମିଶ୍ର, ଶ୍ରୀ କୈଳାସ ଚନ୍ଦ୍ର ମହାନ୍ତି,ଶ୍ରୀ ଅଜୟ କୁମାର ସେଠୀ ଓ ଶ୍ରୀ ଲାଲୁ ପ୍ରସାଦ ରାଉତ ଯୋଗଦେଇ ଜନ୍ମଦିନକୁ ମହାଆଡମ୍ବରରେ ପାଳିତ କରିଥିଲେ ।

Leave a Reply

Your email address will not be published. Required fields are marked *