ରାଜ୍ୟ

ଗୋତରା ଗ୍ରାମପଞ୍ଚାୟତ ପକ୍ଷରୁ ସରପଞ୍ଚ ସୁର୍ଯ୍ୟକାନ୍ତ ପଣ୍ଡାଙ୍କ ଦ୍ଵାରା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଟିତ।

ମାହାଙ୍ଗା-:(ନିପ୍ର),ଭାରତ ସରକାରଙ୍କ ଜଳ ଓ ସ୍ୱଛତା ବିଭାଗ ଆନୁକୂଲ୍ୟରେ ଓଡ଼ିଶାର ପ୍ରତେକ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଉଥିବା ବେଳେ ଆଜି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋତରା ଗ୍ରାମ ପଞ୍ଚାୟତ ନବ ନିର୍ବାଚିତ ସରପଞ୍ଚ ସୂର୍ଯ୍ଯକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ପ୍ରାରମ୍ଭରେ ଗ୍ରାମ ପଞ୍ଚାୟତ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ଅନାବନା ଗଛ ଲତା, ବ୍ୟବହୃତ ପ୍ଲାଷ୍ଟିକ ପଦାର୍ଥକୁ ସଫା କରାଯାଇ ଟ୍ରଲି ସହାୟତାରେ ନିକଟରେ ଥିବା ମଇଳା କୁଣ୍ଡରେ ପକାଇ ଗ୍ରାମ ପଞ୍ଚାୟତର ସ୍ଵଛତା ଓ ସେବାର ବାର୍ତ୍ତା ସତ୍ୟନିଷ୍ଟାର ସହକାରେ ସଭିଙ୍କ ମଧ୍ୟରେ ଶପଥ ଗ୍ରହଣ କରାଯାଇଥିଲା। ତେବେ ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକର ବ୍ୟବହାରକୁ ବର୍ଜନ କରିବା ସହ ନିଜ ନିଜର ପରିବାର,ସାହି, ଗ୍ରାମ, ଓ ଗ୍ରାମର ସମସ୍ତ ଗ୍ରାମବାସୀଙ୍କୁ ପ୍ଲାଷ୍ଟିକର ବ୍ୟବହାର ବର୍ଜନ କରିବା ପାଇଁ ଅନ୍ୟ ମାନଙ୍କୁ ବୁଝାଇବା ଏବଂ ଗ୍ରାମ ପଞ୍ଚାୟତକୁ ଏକ ପ୍ଲାଷ୍ଟିକ ମୁକ୍ତ ପଞ୍ଚାୟତରେ ପରିଣତ କରିବାକୁ ନିରନ୍ତର ପ୍ରୟାସ ଜାରି ରଖିବା ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବେନ୍ଦ୍ର କୁମାର ବେଉରା, ପ୍ରାକ୍ତନ ନିର୍ବାହୀ ଅଧିକାରୀ ଅଭିରାମ ମଲ୍ଲ, ବ୍ଲକ ପ୍ରସାଶନ ସ୍ୱଚ୍ଛ ଭାରତ ଅଭିଯାନର ସଂଜଯୋକ ଅର୍ଚ୍ଚନା ରାଉତ, ନାଏବ୍ ସରପଞ୍ଚ ପ୍ରମିଳା ବାରିକ, ଧୀରେନ୍ଦ୍ର ବାରିକ, ୱାର୍ଡ଼ ସଭ୍ୟ ସଭ୍ୟା ନିରିପମା ପଣ୍ଡା, ଅନ୍ତ କିଶୋର ସାହୁ, ପ୍ରଦୀପ୍ତ କୁମାର ସ୍ବାଇଁ, ସୁଶାନ୍ତ କୁମାର ଷଡଙ୍ଗୀ, ଲକ୍ଷ୍ମୀପ୍ରିୟ ବିଶ୍ୱାଳ, ବସନ୍ତ ପ୍ରଧାନ, ଅନୁସ୍ଵୟା ସ୍ବାଇଁ, ବିମଳ କେତନ ମଲ୍ଲିକ, ପଦୀ ସେଠୀ, ପୁଷ୍ପଲତା ବେହେରା, ସସ୍ମିତା ସାହୁ, କଳ୍ପତରୁ ସାମଲଙ୍କ ସହ ଅଙ୍ଗନୱାଡି କର୍ମୀ ଲଳିତା ଦେଇ, ବିଯୟଲକ୍ଷ୍ମୀ ଶତପଥୀ, କମଳା ଗାହାଣ, ରଞ୍ଜିତା ସାହୁ, ପ୍ରଭାତୀ ସିଂ, ପ୍ରଦ୍ଦାଇନୀ ବାରିକ, ଆଶା କର୍ମୀ ମିନତୀ ପ୍ରଧାନ, ସବିତା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *