ଦେଶ- ବିଦେଶ

ଭାରତରୁ କାହିଁକି ଲକ୍ଷେ ଶ୍ରମିକ ମଗାଉଛି ଇସ୍ରାଏଲ୍ ?

ତେଲ୍ ଅଭିଭ୍ : ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଦିନକୁ ଦିନ ଅଧିକ ଭୟଙ୍କର ହେଉଛି । ସେପଟେ ଇସ୍ରାଏଲ ବିରୋଧରେ ଏକାଠି ହେବାରେ ଲାଗିଛନ୍ତି ଆରବ ଦେଶ । ଏପରି ସ୍ଥିତିରେ ଭାରତରୁ ପ୍ରାୟ ଲକ୍ଷେ ଶ୍ରମିକ ମଗାଇଛି ଇସ୍ରାଏଲ । ତେବେ ଏହାର କାରଣ କଣ ?

ଭଏସ୍ ଅଫ୍ ଆମେରିକା ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ନିର୍ମାଣ କଂପାନିଗୁଡ଼ିକରେ ପ୍ରାୟ ୯୦,୦୦୦ରୁ ଅଧିକ ପାଲେଷ୍ଟାଇନୀୟ ନିୟୋଜିତ ଥିଲେ । କିନ୍ତୁ ସଂଘର୍ଷ ଆରମ୍ଭ ହେବା ପରେ ସୁରକ୍ଷା ଦୃଷ୍ଟିକୋଣରୁ ପାଲେଷ୍ଟିନୀୟମାନଙ୍କୁ ଆଉ କାମରେ ନିୟୋଜିତ କରାଯାଉନାହିଁ । ଅକ୍ଟୋବର ୭ ରେ ହମାସ ଦ୍ୱାରା ହୋଇଥିବା ଆକ୍ରମଣ ପରେ ପାଲେଷ୍ଟାଇନୀୟମାନଙ୍କ ୱାର୍କ ପରମିଟ୍ ପ୍ରତ୍ୟାହାର କରାଯାଇଛି। ଏଥିପାଇଁ ଇସ୍ରାଏଲରେ ନିର୍ମାଣ କାମ ଏବେ ଅଟକି ଯାଇଛି । ଏହି କାରଣରୁ ଭାରତରୁ ପ୍ରାୟ ୧ ଲକ୍ଷ ଶ୍ରମିକ ମଗାଇବାକୁ ଇସ୍ରାଏଲର ରିଅଲ ଇଷ୍ଟେଟ୍ କମ୍ପାନିମାନେ ତାଙ୍କ ସରକାରଙ୍କଠାରୁ ଅନୁମତି ମାଗିଛନ୍ତି ।

ଇସ୍ରାଏଲର ବିଲ୍ଡର୍ସ ଆସୋସିଏସନ ଅନୁସାରେ ଇସ୍ରାଏଲରେ ନିୟୋଜିତ ଥିବା ୯୦ ହଜାର ପାଲେଷ୍ଟିନୀୟ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଓ୍ବେଷ୍ଟବ୍ୟାଙ୍କରୁ ଆସୁଥିବାବେଳେ ଅବଶିଷ୍ଟ ଗାଜାରୁ ଆସିଥାନ୍ତି । ଏବେ ଏହି ଶ୍ରମିକମାନେ ଇସ୍ରାଏଲରେ ଥିଲେ ମଧ୍ୟ ସେମାନଙ୍କୁ କାମରେ ଲଗାଯାଉ ନାହିଁ । ଏଥିପାଇଁ କାମ ବନ୍ଦ ରହିଛି ଓ ବିଲ୍ଡରମାନେ ଠିକ ସମୟରେ ଗ୍ରାହକମାନଙ୍କୁ ଘର ଯୋଗାଇପାରୁନାହାନ୍ତି । ଏହାକୁ ନେଇ ସେମାନଙ୍କ ଉପରେ ଚାପ ବଢିଚାଲିଛି ।

Leave a Reply

Your email address will not be published. Required fields are marked *