ରାଜ୍ୟ

କଣିହାଁ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

କଣିହାଁ(ନିପ୍ର)ଅନୁଗୋଳ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ସୋମବାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ତାଳଚେର ନିର୍ବାଚନ ମଣ୍ଡଳୀ ଓ ପାଲଲହଡ଼ା ନିର୍ବାଚନ ମଣ୍ଡଳୀର କଣିହାଁ ବ୍ଲକର ଟୋଲକବେଡା ଖେଳ ପଡିଆ ପରିସରରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିଡିଓ ଦେବଦତ୍ତ ପ୍ରଧାନ ପରିଚାଳନା କରିଥିବା ବେଳେ ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ଉପସ୍ଥିତ ରହି ସିଧା ଭିଡିଓ ମାଧ୍ୟମରେ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ କଣିହାଁ ବ୍ଲକ ରେ ୨୭ଟି ପଞ୍ଚାୟତର ବିକାଶ ପାଇଁ ରାଜ୍ୟ ସରକାର ୩୩୬ଟି ପ୍ରକଳ୍ପ ପାଇଁ ୧୩ କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରାଯାଉଥିବା ଘୋଷଣା କରିଥିଲେ। ଏଥି ସହିତ ମୁଖ୍ୟମନ୍ତ୍ରୀ କଣିହାଁର ବିକାଶ ପାଇଁ ଆହୁରି ଅନେକ ଯୋଜନା କରିଛନ୍ତି। ଆଗକୁ ଗାଁ ଗାଁ ରେ ଲକ୍ଷ୍ମୀ ବସ୍ ଚାଲିବା ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ।ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ସଂସ୍କୃତି ସହିତ ଆଧୁନିକତାର ସମନ୍ଵୟ ହିଁ ବିକାଶର ଆଦର୍ଶ ମାର୍ଗ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।ସେହିପରି ସାଂସଦ ଶ୍ରୀ ସାହୁ କହିଥିଲେ ଅପହଞ୍ଚ ଇଲାକାରେ ଆଜି ପହଞ୍ଚିଛି ବିକାଶ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଲୋକଙ୍କ ସ୍ବପ୍ନକୁ ସରକାର ପୂରଣ କରିଥିବା ନେଇ ଧନ୍ୟବାଦ ଦେଇଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରଶ୍ମୀତା ସେଠୀ, ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ସାହୁ, ରଶ୍ମିତା ବେହେରା,ଅନୁଗୋଳ ଜିଲ୍ଲା ଏଡିଏମ୍ ପ୍ରତାପ ପ୍ରିତିମୟୀ,ପିଡି ଫାଇନାସ୍ ଅଭିନାଶ ମହାନ୍ତି, ତହସିଲଦାର ଚିନ୍ମୟ ଦାସଙ୍କ ସମେତ ୨୭ଟି ପଞ୍ଚାୟତ ଲୋକ ପ୍ରତିନିଧି, ସ୍ଥାନୀୟ ପୋଲିସ, ଅଗ୍ନିଶମ ବିଭାଗର କର୍ମଚାରୀ,ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସମେତ ବ୍ଲକର ସମସ୍ତ ସରକାରୀ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *