ରାଜ୍ୟ

ଦେବୀ ମୁହାଣକୁ ମାଛ ଧରିବାକୁ ଯାଇଥିଲେ, ଶବ ହୋଇ ଘରକୁ ଫେରିଲେ ଧୀବର

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଣକୁ ମାଛ ଧରିବାକୁ ଯାଇଥିବା ନୂଆକାଳିଆକଣର ଜଣେ ଧୀବର ଡଙ୍ଗାରୁ ଖସିପଡ଼ି ଗୁରୁତର ହୋଇ ମେଡିକାଲ ଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ନାମ ପୀତବାସ ବେହେରା (୫୮) ଓ ସେ ନଗର ପଞ୍ଚାୟତ ନୂଆକାଳିଆକଣର ବାସିନ୍ଦା।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ନୂଆକାଳିଆକଣରୁ ୫ ଜଣ ଧୀବର ମାଛ ଧରିବାକୁ ଦେବୀନଦୀର ମୁହାଣ ନିକଟକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପୀତବାସ ବେହେରା ନାମକ ଜଣେ ଧୀବର  ଡଙ୍ଗାରୁ ଖସି ପଡ଼ିବାରୁ କିଛି ସମୟ ନିଖୋଜ ହୋଇଯାଇଥିଲେ। ସାଥୀରେ ଯାଇଥିବା ଅନ୍ୟମାନେ ଖୋଜାଖୋଜି କରିବାରୁ  କିଛି ସମୟ ପରେ ପୀତବାସଙ୍କୁ ପାଇଥିଲେ। କିନ୍ତୁ ସେତେବେଳକୁ ସେ ଚେତାଶୁନ୍ୟ ହୋଇଯାଇଥିଲେ। ସେଠାରୁ ତାଙ୍କୁ ନଦୀକୂଳକୁ ଆଣିବାକୁ ଅଧ ଘଣ୍ଟା ଲାଗିଥିଲା। ପରେ ପରେ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ। ହେଲେ ସେଠାରେ ଅବସ୍ଥା ସଂକଟାପନ୍ନ ଥିବାରୁ ଚାରିଛକ ମେଡିକାଲକୁ ରେଫର କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସା ସମ୍ଭବ ନହେବାରେ ପୁନଶ୍ଚ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଯାଇଥିଲା। କିନ୍ତୁ ପରୀକ୍ଷାନିରୀକ୍ଷା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |

ସବୁଠାରୁ ବଡ଼ କଥା ହେଲା ଡଙ୍ଗାରୁ ଗଳିପଡ଼ି ଗୁରୁତର ଆହତ ବ୍ୟକ୍ତିକୁ ମେଡିକାଲ ନେବାରେ ଅହେତୁକ ବିଳମ୍ବ ଓ ଅସ୍ତରଙ୍ଗରେ ସୁବିଧା ନଥିବାରୁ ଜଣେ ୩ ମେଡିକାଲ ବୁଲିବା ଓ ଶେଷରେ ମୃତ୍ୟୁ ହୋଇଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *