ରାଜ୍ୟ

ଗୁରୁଣ୍ଠି ଜୁଆ ଖେଳ ଆକ୍ରମଣ ଘଟଣାରେ, ୪ ଗିରଫ

କୁକୁଡ଼ାଖଣ୍ଡି,୩୦/୧୦/୨୩(ମନୋଜ କୁମାର ପାତ୍ର): ନିମଖଣ୍ଡି ଥାନା ଅନ୍ତର୍ଗତ ଗୁରୁଣ୍ଠି କେଳା ସାହିରେ ଜଣେ ଯୁବକକୁ ଖଣ୍ଡାରେ ଆକ୍ରମଣ କରିବା ଅଭିଯୋଗରେ ନିମଖଣ୍ଡି ଥାନା ପୁଲିସ ୪ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଗୁରୁଣ୍ଠି ଗ୍ରାମର ମନୋଜ ସେଠୀ(୩୨), କେ ସୁମନ ପାତ୍ର(୨୬) ମାଧବ ନାୟକ (୨୦)ଓ ଶଙ୍କର ସାହୁ(୨୩)ବୋଲି ଏସଆଇ ଅଭିଶେକ ପାଣ୍ଡବ କହିଛନ୍ତି। ଜୁଆ ଖେଳକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ପୁଲିସ ତଦନ୍ତରେ ଜଣାପଡିଛି। ସୂଚନା ଅନୁଯାୟୀ, ଗତ ୨୮ ତାରିଖ ରାତିରେ ଗୁରୁଣ୍ଠି ଗ୍ରାମର ବଳିଆ ଚୌଧୁରୀ ନାମକ ଜଣେ ଯୁବକ କେଳାସାହିକୁ ଜୁଆ ଖେଳିବାକୁ ଯାଇଥିଲେ। ଏଠାରେ ବଳିଆକୁ ମନୋଜ ସେଠୀ ଓ ତାଙ୍କର ସହଯୋଗୀ ସୁମନ ,ମାଧବ ଓ ଶଙ୍କର ଗାଳି ଗୁଲଜ କରିଥିଲେ।ପରେ ବଳିଆକୁ ଏକ ଖଣ୍ଡାରେ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଏହି ଆକ୍ରମଣରେ ବଳିଆ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲା।ପରେ ଘଟଣାକୁ ନେଇ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ ।ଏହି ଅଭିଯୋଗକୁ ଆଧାର କରି ପୁଲିସ ଥାନାରେ କେସ ନଂ ୩୫୧/୨୩ ପ୍ରକାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ୪ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୟୁ/ଏସ୍ ୩୪୧/୨୯୪/୩୨୩/୩୨୪/୩୦୭/୫୦୬/୩୪ ଆଇପିସି ଧାରା ଅନୁଯାୟୀ ସୋମବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରେବତୀ ଶବରଙ୍କ ଠାରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *