ରାଜ୍ୟ

ସାଧନାପୀଠ ମାଳିହତାରେ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଉଦଯାପିତ।

ମାହାଙ୍ଗା-:୩୦/୧୦,କଟକ ଜିଲ୍ଲା ମାହାଙ୍ଗା ବ୍ଲକ କ୍ଷେତ୍ରପାଳିନୀ ପାଠାଗାର ମାଳିହତା ପକ୍ଷରୁ ୩ ଦିନ ବ୍ୟାପୀ ଆୟୋଜିତ ଗଣକବି ବୈଷ୍ଣବ ପାଣିଙ୍କ ୧୪୧ ତମ ଜୟନ୍ତୀ ସମାରୋହକୁ ବର୍ଷିୟାନ ସମାଜସେବୀ ତଥା ସତ୍ୟସାଇ ସେବା ସଂଘର ଆଜୀବନ ସଦସ୍ୟ ରାଜକିଶୋର ସେନାପତି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ l
ମାଳିହତା ହେଉଛି କ୍ରାନ୍ତିଦ୍ରଷ୍ଟା ସାରସ୍ୱତ ସାଧକ ଗଣକବିଙ୍କ ସାଧନାପୀଠ l ମା’ କ୍ଷେତ୍ରପାଳିନୀଙ୍କ ଆଶୀର୍ବାଦରୁ ଗାଁ’ ମୁଣ୍ଡ ଶ୍ମାଶନରେ ଥିବା ଏକ କଦମ୍ବ ବୃକ୍ଷ ତଳେ ବସି ୧୯୦୩ ମସିହାରେ ସେ ତା’ଙ୍କ ଜୀବନର ପ୍ରଥମ ଗୀତିନାଟ୍ୟ “ମେଘନାଦ ବଧ” ରଚନା
କରିଥିଲେ l ମାଳିହତା ରଙ୍ଗ ମଞ୍ଚରେ କବିଙ୍କ ଜନ୍ମ ଜୟନ୍ତୀ ପାଳନ
କରାଯାଇଥିଲା l ପ୍ରାଧ୍ୟାପକ ଡକ୍ଟର ଗିରିଜା ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପାଣି ସାହିତ୍ୟ ସଭାରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ତଥା ସଂଗୀତକାର ଲକ୍ଷ୍ମୀନାରାୟଣ ପୁରୋହିତ ଯୋଗଦେଇଥିଲେ l
ମୁଖ୍ୟବକ୍ତା ଭାବେ ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତି ଯୋଗଦେଇ କହିଲେ ବୈଷ୍ଣବ ପାଣିଙ୍କ ଭଳି ନିର୍ଭିକ ଏବଂ କ୍ରାନ୍ତିଦ୍ରଷ୍ଟା ପୁରୁଷ ଓଡ଼ିଆ ସାହିତ୍ୟରେ ବିରଳ l ଏହି ସଭାରେ ବିଶିଷ୍ଟ ବକ୍ତାଭାବେ ପାଣି ସାହିତ୍ୟର ଗବେଷକ ତଥା ପ୍ରାଧ୍ୟାପକ ଡକ୍ଟର ଅଜିତ କୁମାର ମହାପାତ୍ର ଯୋଗଦେଇ ଗଣକବିଙ୍କ ନାଟକର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିଥିଲେ l ସେହିପରି ସମ୍ମାନିତ ଅତିଥିଭାବେ ଶିକ୍ଷାବିତ ତଥା ବିଶିଷ୍ଟ ମଞ୍ଚ ଅଭିନେତା କ୍ଷେତ୍ରବାସୀ ଦଳେଇ ଏବଂ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋବିନ୍ଦ ଚନ୍ଦ୍ର ନିହାଣ ପାଣି ସାହିତ୍ୟ ଉପରେ ଆଲୋକପାତ
କରିଥିଲେ l
ଉତ୍ସବରେ ସମ୍ମାନିତ ବକ୍ତାଭାବେ ସାମ୍ବାଦିକ ତାପସ କୁମାର ବିଶ୍ୱାଳ ଯୋଗଦେଇଥିଲେ l
ମାହାଙ୍ଗା ଅଂଚଳର ଦୁଇ ଜଣ ବିଶିଷ୍ଟ ମଞ୍ଚ ଅଭିନେତା ବିମ୍ବାଧର ପରିଡା ଓ ବାସନ୍ତିଲତା ସ୍ୱାଇଁଙ୍କୁ ଗଣକବି ସମ୍ମାନ-୨୦୨୩ ପ୍ରଦାନ କରାଯାଇଥିଲା l
ଶିକ୍ଷାବିତ ସନ୍ତୋଷ କୁମାର ଭୂୟାଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଅନୁଷ୍ଠାନର ସ୍ମରଣୀୟ କଥା ସାମାଜିକକର୍ମୀ ହୃଷିକେଶ ବେହେରା ସଭାରେ ପ୍ରକାଶ କରିଥିଲେ l
ବିଜୟ କୁମାର ବରାଳ, ବିଶ୍ୱନାଥ ମିଶ୍ର ଏବଂ ସେମାନଙ୍କ ସାଥୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ l
ବିଜୟରାମ ସେନାପତି, ବିଦ୍ୟାଧର ସେନାପତି,ଧନେଶ୍ୱର ସେନାପତି,ଶୁଭ୍ରାଜ୍ୟୋତି ଭୂୟାଁ ପ୍ରମୁଖ ଉତ୍ସବ ପରିଚାଳନା କରିବା ଦେଖିବାକୁ ମିଳିଥିଲା l
ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପ୍ରଫୁଲ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ l
କ୍ଷେତ୍ରପାଳିନୀ ପାଠାଗାର ମାଳିହତା ପକ୍ଷରୁ “ଲକ୍ଷ୍ମୀ ପୂଜା ” ଏବଂ ବିନୋଦବିହାରୀ କଳା ପରିଷଦ ମାହାଙ୍ଗା ଦ୍ୱାରା ଗଣକବିଙ୍କ ବିରଚିତ ଗୀତିନାଟ୍ୟ “କର୍ଣ୍ଣବଧ” ମଞ୍ଚସ୍ଥ ହୋଇଥିଲା l
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବୀ, କଳାକାର, ପାଣି ସାହିତ୍ୟ ପ୍ରେମୀ ଜନସାଧାରଣ ଉପସ୍ଥିତ ଥିଲେ l
ସେହିପରି ଗ୍ରାମାଞ୍ଚଳର କଳାକାର ମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l

ଗୀତିନାଟ୍ୟ ଲକ୍ଷ୍ମୀପୂଜା, କର୍ଣ୍ଣବଧ, ବାଣା ପରାଜୟ ଏବଂ ସୁଶୀଳ ମାଳତୀ ମଞ୍ଚସ୍ଥ ହୋଇଥିଲା l
ଏହି ଉତ୍ସବରେ ଅନୁଷ୍ଠାନର ସଦସ୍ୟ ମାନେ ଯୋଗଦେଇ ପାଣି ସାହିତ୍ୟ ଓ ନାଟକର ପ୍ରଚାର ପ୍ରସାର ଦିଗରେ ଉଲ୍ଲେଖନୀୟ ସହଯୋଗ କରିଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଥିଲା l
ବିଜୟ ବରାଳ, ବିବେକାନନ୍ଦ ସାହୁ, ମନୋଜ ବେହେରା କାର୍ଯ୍ୟକ୍ରମ ସଂଚାଳନ କରିବା ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *