ରାଜ୍ୟ

ଦୁର୍ଦ୍ଧାନ୍ତ ଅପରାଧୀ ଦୁନିଆ ସାହୁ ହତ୍ୟା ଘଟଣାରେ, ମୁଖ୍ୟ ଅଭିଯୁକ୍ତ ଦୁର୍ଯ୍ୟୋଧନ ଙ୍କ ସହ ୫ ଗିରଫ

ବ୍ରହ୍ମପୁର,୩୦/୧୦/୨୨(ମନୋଜ କୁମାର ପାତ୍ର):ଗତ ୨୭ ତାରିଖ ସନ୍ଧ୍ୟାରେ ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଦୁର୍ଦ୍ଧାନ୍ତ ଅପରାଧୀ ଦୁନିଆ ସାହୁ ହତ୍ୟା ଘଟଣାରେ ସଦର ଥାନା ପୁଲିସ ୫ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଗିରଫ ୫ଜଣ ଅଭିଯୁକ୍ତ ହେଲେ ମୃତ ଦୁନିଆଙ୍କ ପଡ଼ୋଶୀ ଦୁର୍ଯ୍ୟୋଧନ ସ୍ୱାଇଁ ଓରଫ ପ୍ରଧାନ (୩୭),ଭିକୁ ଜେନା (୨୮),ଟିକରପଡ଼ାଗ୍ରାମର କୁରା ରାଉଳ(୨୪), ଆଙ୍କଶପୁରର ସୁରେଶ ବେହେରା(୩୫) ଗୋଷାଣୀନୁଆ ଗାଁ ଶାସ୍ତ୍ରୀ ନଗର ତୃତୀୟ ଲାଇନର ସାଗର ପଣ୍ଡା ବୋଲି ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ଦୁଇଟି କାତ୍ତି ଜବତ କରାଯାଇଥିବା ଥାନା ଅଧିକାରୀ ଅନିତା ସାହୁ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ ଯେ ଗତ ୨୭ତାରିଖରେ ସନ୍ଧ୍ୟାରେ ଦୁନିଆ ସାହୁ ତାଙ୍କ ମା କୁନି ସାହୁ ଓ ସାନ ଭାଇ ଆଲୋକ ସାହୁ ଘରେ ଥିଲେ। ବାପା ସୂର୍ଯ୍ୟ ସାହୁ ସେହି ସମୟରେ କୌଣସି କାମରେ ବାହାରକୁ ଯାଇଥିଲେ। ଏହି ସମୟରେ ଦୁନିଆଙ୍କ ପଡ଼ୋଶୀ ଦୁର୍ଯ୍ୟୋଧନ ତାଙ୍କ ସହଯୋଗୀ କୋରା ,ସାଗର , ସୁରେଶ ଏବଂ ଅନ୍ୟମାନେ ତାଙ୍କ ଘରେ ପଶି ଦୁନିଆକୁ ଆକ୍ରମଣ କରିଥିଲେ।ଏହି ଘଟଣା ସମ୍ପର୍କରେ ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମା ଆହତ କୁନି ତାଙ୍କ ଦୁଇ ପୁଅ ଦୁନିଆ ସାହୁ ଓ ସାନ ପୁଅ ଆଲୋକକୁ ଉଦ୍ଧାର କରି ଏମକେସିଜିରେ ଭର୍ତ୍ତି କରିଥିଲେ।କିନ୍ତୁ ଚିକିତ୍ସା ଚାଲିଥିବା ବେଳେ ଦୁନିଆ ସାହୁଙ୍କ ପ୍ରାଣବାୟୁ ଉଡିଯାଇଥିଲା ଫଳରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *