ରାଜ୍ୟ

୪୦ ଡିଗ୍ରି ଉପରେ ରାଜ୍ୟର ୨୫ ସହର; ବୌଦ୍ଧ ଓ ନୂଆପଡ଼ାରେ ତାପମାତ୍ରା ୪୪ ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। କିନ୍ତୁ ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ତାତିରୁ ଲୋକଙ୍କୁ ନିସ୍ତାର ମିଳି ନାହିଁ। ଆଜି ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି। ୪୪ ଡିଗ୍ରି ସହ ବୌଦ୍ଧ ଏବଂ ନୂଆପଡା ରାଜ୍ୟର ଉତ୍ତପ୍ତ ସହର ହୋଇଛି। କିନ୍ତୁ ଟ୍ୱିନ ସିଟି ଭୁବନେଶ୍ବର ଓ କଟକରେ ତାପମାତ୍ରା ପୁଣି ୪୦ ଡିଗ୍ରି ତଳେ ରହିଛି। ଉପକୂଳରୁ ଗ୍ରୀଷ୍ମପ୍ରବାହ ସ୍ଥିତି ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି, ପାଣିପାଗ ତାତି କମିବ। ବିସ୍ତାରିତ ପରିସର ଆକଳନ ଅନୁଯାୟୀ ମେ’ ୯ରୁ ୧୫ ମଧ୍ୟରେ ତାପମାତ୍ରା ହ୍ରାସ ପାଇବ।  ତାପମାତ୍ରା ବିଚ୍ୟୁତି (ସ୍ୱାଭାବିକ ଠାରୁ ତାପମାତ୍ରା ବ୍ୟବଧାନ) କମ ରହିବାର ସମ୍ଭାବନା ଥିବାରୁ, ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ତାତି ଅନୁକୂଳ ରହିବ।

Leave a Reply

Your email address will not be published. Required fields are marked *