ରାଜ୍ୟ

ସମ୍ବାଦ’ ପକ୍ଷରୁ ଜୋନ୍‌ସ୍ତରୀୟ ପ୍ରତିଯୋଗିତା: ବିତର୍କରେ ସଂଗୀତା, ସାରେଗାମାରେ ସତ୍ୟବ୍ରତ

ବାଲେଶ୍ବର: ବାଲେଶ୍ବର ସହରସ୍ଥିତ ସମ୍ବାଦ ଭବନରେ ‘ସମ୍ବାଦ’ ଓ ’କନକ ନ୍ୟୁଜ୍‌’ ଆନୁକୂଲ୍ୟରେ ଜୋନ୍‌ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ‘ଇଣ୍ଡିଆ ଶବ୍ଦକୁ ବାଦ୍‌ ଦେଇ ଆମ ଦେଶର ନାମ କେବଳ ଭାରତ ରହିବା ଉଚିତ’ ଭଳି ବିଷୟବସ୍ତୁ ଉପରେ ହୋଇଥିବା ବିତର୍କ ପ୍ରତିଯୋଗିତାରେ ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମା​ନେ ଅଂଶଗ୍ରହଣ କରିଥିଲେ। ବିଷୟ ଉପରେ ପ୍ରତିଯୋଗୀମାନେ ମାର୍ମିକ ବକ୍ତବ୍ୟ ରଖିଥିଲେ। ପ୍ରତିଯୋଗିତାରେ ରେମୁଣା ଡିଗ୍ରି ମହାବିଦ୍ୟାଳୟର ସଂଗୀତା ମହାନ୍ତି ପ୍ରଥମ, ସରକାରୀ ମହିଳା ମହାବିଦ୍ୟାଳୟ, ବାରିପଦାର ଅପର୍ଣ୍ଣା ସିଂ ଦ୍ବିତୀୟ ଓ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଶିବୁ ସେଠୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଯେଉଁ ପ୍ରତିଯୋଗୀମାନେ କୃତକାର୍ଯ୍ୟ ହୋଇନାହାନ୍ତି, ଏହି ପ୍ରତିଯୋଗିତା ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ମାର୍ଗଦର୍ଶନ କରିବ ବୋଲି କହିଥିଲେ।ସମ୍ବାଦ’ ଉତ୍ତରଓଡ଼ିଶା ସଂସ୍କରଣ ସହକାରୀ ମହାପ୍ରବନ୍ଧକ ଗୌତମଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟର ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡ. ଦେବାଶିଷ ପାତ୍ର, ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଉପସ୍ଥିତ ରହି ବିତର୍କ ପ୍ରତିଯୋଗିତାର ମୂଲ୍ୟାଙ୍କନ କରିଥିଲେ। ଶେଷରେ କୃତୀ ପ୍ରତିଯୋଗୀଙ୍କୁ ବିଚାରକମାନଙ୍କ ଦ୍ବାରା ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସେହିପରି ଜୋନ୍‌ସ୍ତରୀୟ ସାରେଗାମା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ସତ୍ୟବ୍ରତ ଜେନା ପ୍ରଥମ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଭୁବନେଶ୍ବରର ଛାତ୍ର ଲେଖକ ଦାସ ଦ୍ବିତୀୟ, ଏବଂ କେନ୍ଦ୍ରୀୟ ବିଦ୍ୟାଳୟ-୧ ବାଲେଶ୍ବରର ଛାତ୍ରୀ ଶ୍ବେତାଲିସା ଶୁଭଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

Leave a Reply

Your email address will not be published. Required fields are marked *