ରାଜ୍ୟ

ପାତାଳୀ କ୍ଷେତ୍ରରେ କୋଶଳିଆ ମାଳି ସମାଜ ର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ଉଲୁଣ୍ଡା ୨୪/୦୯ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଆଜି ନୃସିଂହନାଥ ରାଜ୍ୟ କୋଶଳେଶ୍ୱର ମାଳି ସମାଜ ବିକାଶ ପରିଷଦ ର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ପୂଜାର୍ଚ୍ଚନା,ଅତିଥି ସମର୍ଦ୍ଧନା, ପରିଚୟ ପ୍ରଦାନ, ନୂଆଁଖାଇ ପାଳନ,ବନ୍ଧୁ ମିଳନ, ଆଲୋଚନା,ଗୀତ,ନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗ ଦେଇଥିଲେ ।ମହିଳା କମିଟି ଗଠନ ରେ ମହିଳା ରାଜ୍ୟ ସଭାପତି ଭାବରେ ବବିତା ପଟେଲ ଓ ମହିଳା ରାଜ୍ୟ ସମ୍ପାଦକ ଚୁମକୀ ପଟେଲ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି।କୋଶଳିଆ ମାଳି ସମାଜ ର ଭବନ ନିର୍ମାଣ ପାଇଁ ଆଜି ସମସ୍ତଙ୍କର ଉପସ୍ଥିତି ରେ ଶୁଭସ୍ତମ୍ଭ ସ୍ଥାପନ କରାଗଲା। ରାଜ୍ୟ ସଭାପତି ସୁବଳ ପଟେଲ ଙ୍କ ସଭାପତିତ୍ବରେ ରାଜ୍ୟ ସମ୍ପାଦକ ଟେକରାଜ ପଟେଲ,ବରଗଡ ଜିଲ୍ଲା ସଭାପତି ଭିଷ୍ମଦେବ ପଟେଲ,ସୁବର୍ଣ୍ଣପୁର ଜିଲ୍ଲା ସଭାପତି ତ୍ରୀପୁରାରୀ ସମରଥ, ଜିଲ୍ଲା ସମ୍ପାଦକ ରାମଚନ୍ଦ୍ର ପଟେଲ, ବରପାଲି ଅଞ୍ଚଳ ସଭାପତି ଉପେନ୍ଦ୍ର ବାଘ, କୋଟସମଲାଇ ଅଞ୍ଚଳ ସଭାପତି ଜଗନ୍ନାଥ ଉଡାନ, ସମ୍ପାଦକ ନରେନ୍ଦ୍ର ବାଘ, ଡୁଙ୍ଗୁରିପାଲି ଅଞ୍ଚଳ ସଭାପତି ତ୍ରିଲୋଚନ ପଟେଲ, ସୁବର୍ଣ୍ଣପୁର ଜିଲ୍ଲା ଉପସଭାପତି ମୁନୁ ଗୁଦୁରିଆ,ବାଞ୍ଜିପାଲି ଅଞ୍ଚଳ ସଭାପତି ଶୁକଦେବ ପଟେଲ, କଣ୍ଟାବାଞ୍ଜି ସଭାପତି ଶେଷଦେବ ପଟେଲ,ଧର୍ମଗଡ କେନ୍ଦ୍ରାଞ୍ଚଳ ସମ୍ପାଦକ ଲବଜୀ ପଟେଲ ଉପସ୍ଥିତ ଥିଲେ। ଏଥିରେ ରାଜ୍ୟ ସହ ସମ୍ପାଦକ ସୂର୍ଯ୍ୟଚନ୍ଦ୍ର ପଟେଲ ସଭା ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର, ସମ୍ବଲପୁର,ବରଗଡ, କଳାହାଣ୍ଡି,ନୂଆପଡା, ବଲାଙ୍ଗୀର, ରାୟଗଡ଼ା ଜିଲ୍ଲାରୁ କର୍ମକର୍ତ୍ତା ଯୋଗ ଦେଇଥିଲେ। ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ର କୋଟସମଲାଇ,ଶଙ୍କରା, ବୀରମହାରାଜପୁର, ଡୁଙ୍ଗୁରିପାଲି, ବାଞ୍ଜିପାଲି , ଉଲୁଣ୍ଡା ଅଞ୍ଚଳ ରୁ ହଜାର ହଜାର ଜାତି ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।ଆଗାମୀ ଦିନରେ କିଭଳି ଭାବରେ କୋଟସମଲାଇ ରେ କୋଶଳିଆ ମାଳି ସମାଜ ଭବନ ନିର୍ମାଣ କରାଯିବ ସେ ଉପରେ ଆଲୋଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *