ରାଜ୍ୟ

ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: ଚାଳକ ଓ ହେଲପରଙ୍କ ଚାଲିଗଲା ଜୀବନ

ସୋନପୁର: ଆଜି ଭୋରରେ ସୋନପୁର- ବଲାଙ୍ଗୀର ରାସ୍ତା ହରିଡ଼ଖୋଲ ନିକଟରେ ଏକ ଯାତ୍ରୀବାହୀ ବସ ଟ୍ରକକୁ ପଛ ପଟରୁ ଧକ୍କା ଦେବାରୁ ବସର ଚାଳକ ଓ ହେଲପରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡ୍ରାଇଭର ଦମ୍ବରୁଧର ସ୍ୱାଇଁ ଓ ହେଲପର ଶିବ୍ରମ ଗୌଡ଼।ସୂଚନା ଅନୁଯାୟୀ, ଆଜି ସକାଳେ ଯାତ୍ରୀବାହୀ ବସ୍‌ଟି ଜୟପୁରରୁ କଟକ ଅଭିମୁଖେ ଯାଉଥିଲା। ହରିଡ଼ଖୋଲ ନିକଟରେ ବସ୍‌ଟି ଟ୍ରକକୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ବସ୍ ଡ୍ରାଇଭର ଓ ହେଲପରଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଦୁର୍ଘଟଣାରେ ୪୦ଜଣ ଯାତ୍ରୀ ବର୍ତ୍ତି ଯାଇଛନ୍ତି।

Leave a Reply

Your email address will not be published. Required fields are marked *