ରାଜ୍ୟ

କଂଗ୍ରେସ ଘରକଳି ପଦାରେ ପଡ଼ିଲା: ଦିଲ୍ଲୀ ସଭାପତି ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ ଲଭଲି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଜାରି ରହିଥିବା ମଧ୍ୟରେ ଦିଲ୍ଲୀରେ କଂଗ୍ରେସ ଘରକଳି ପଦାରେ ପଡ଼ିଛି। ଦଳ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଅରବିନ୍ଦର ସିଂ ଲଭଲି ଦିଲ୍ଲୀ କଂଗ୍ରେସ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏହାପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷୀତଙ୍କ ସରକାରରେ ୧୨ ବର୍ଷ ମନ୍ତ୍ରୀ ଥିବା ରାଜକୁମାର ଚୌହାନ ଟିକେଟ ନ ପାଇବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। କୁହାଯାଉଛି ଯେ ଅରବିନ୍ଦର ସିଂ ଲଭଲି ଆମ୍ ଆଦମୀ ପାର୍ଟି ସହ ମେଣ୍ଟ ବିରୁଦ୍ଧରେ ଥିଲେ।ରାଜ୍ୟ କଂଗ୍ରେସରୁ ଏହା ଜାଣିବାକୁ ମିଳିଛି ଯେ ଲଭଲି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ଅନେକ ଦିନ ଧରି ରାଜ୍ୟ କାର୍ଯ୍ୟାଳୟକୁ ଆସୁ ନ ଥିଲେ। ରାଜକୁମାର ଚୌହାନଙ୍କୁ ଉତ୍ତର ପଶ୍ଚିମ ଦିଲ୍ଲୀରୁ ଟିକେଟ ନ ମିଳି ଥିବାରୁ ସେ ଅସନ୍ତୁଷ୍ଟ ଥିଲେ। ଲଭଲି କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏକ ଚିଠି ଲେଖି ତାଙ୍କ ଇସ୍ତଫା ପଠାଇଛନ୍ତି। ଯେଉଁଥିରେ ସେ ନିଜର ଅସନ୍ତୋଷର କାରଣ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *