ମୁଖ୍ୟ ଖବର

ବାଜିଲାଣି ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଘଣ୍ଟି: ୨୪  ଘଣ୍ଟା ମଧ୍ୟରେ ସମଗ୍ର ବିଶ୍ୱରେ ପରମାଣୁ ଉତ୍ତେଜନା ବୃଦ୍ଧି

ନୂଆଦିଲ୍ଳୀ: ତୃତୀୟ ବିଶ୍ୱଯୁଦ୍ଧର ଘଣ୍ଟି ପୁଣି ଥରେ ବାଜିବାକୁ ଲାଗିଲାଣି । ଯୁଦ୍ଧ ଆଶଙ୍କା ଢେର ବୃଦ୍ଧି ପାଇଛି । ଗତ ୨୪  ଘଣ୍ଟା ମଧ୍ୟରେ ସମଗ୍ର ବିଶ୍ୱରେ ପରମାଣୁ ଉତ୍ତେଜନା ଦେଖାଦେଇଛି । ଉତ୍ତର କୋରିଆ, ଇରାନ, ପୋଲାଣ୍ଡ, ରୁଷ ଏବଂ ଏପରିକି ଆମେରିକାରେ ଆଣବିକ ବୋମା ବିଷୟରେ ଆଲୋଚନା ତୀବ୍ର ହୋଇଛି ।

ତୃତୀୟ ବିଶ୍ୱଯୁଦ୍ଧର ଶବ୍ଦ ସମଗ୍ର ବିଶ୍ୱରେ ତୀବ୍ର ହେବାରେ ଲାଗିଛି ।  ଗତ ୨୪ ଘଣ୍ଟା ମଧ୍ୟରେ, ବିଶ୍ବର ଅନେକ ସ୍ଥାନରେ ଅଦ୍ଭୁତ ପରମାଣୁ କାର୍ଯ୍ୟକଳାପମାନ ଦେଖିବାକୁ ମିଳିଛି । ଉତ୍ତର କୋରିଆ, ଇରାନ, ପୋଲାଣ୍ଡ, ରୁଷ ଏବଂ ଏପରିକି ଆମେରିକାରେ ପରମାଣୁ ବୋମା ବିଷୟରେ ଆଲୋଚନା ଆରମ୍ଭ ହୋଇଛି । ଗତ କିଛି ମାସ ଧରି ଆମେରିକା ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବଢୁଥିବା ଘନିଷ୍ଠତାକୁ ଉତ୍ତର କୋରିଆ ଧମକ ଦେଉଛି । ଦକ୍ଷିଣ କୋରିଆ ସେନା ସହିତ ଆମେରିକା ସେନା ଦ୍ୱାରା ପରିଚାଳିତ ଯୁଦ୍ଧ ଅଭ୍ୟାସ ପରେ ଉତ୍ତର କୋରିଆ ମଧ୍ୟ ଏହାର କ୍ଷେପଣାସ୍ତ୍ର ଏବଂ ଟ୍ୟାଙ୍କର ଶକ୍ତି ବିଶ୍ୱକୁ ଦେଖାଇଛି ।

ବର୍ତ୍ତମାନ ଏହି ଯୁଦ୍ଧ ଅଭ୍ୟାସର ଜବାବରେ ପରମାଣୁ କାଉଣ୍ଟର ଆକ୍ରମଣ ଡ୍ରିଲ ମଧ୍ୟ କରିଛି । ଅନ୍ୟପକ୍ଷରେ ଖୁବ ଶୀଘ୍ର ପରମାଣୁ ବୋମା ତିଆରି କରିବାକୁ ଇରାନର ସଂସଦରେ ଆଲୋଚନା ହୋଇଛି । ତେଣୁ ଆଣବିକ ବୋମା ବିଷୟରେ ପୋଲାଣ୍ଡ ରାଷ୍ଟ୍ରପତିଙ୍କ ବିବୃତ୍ତି ପରେ ତୁରନ୍ତ ପୋଲାଣ୍ଡ ମଧ୍ୟ ଆମେରିକାର ଆଣବିକ ବୋମା ରଖିବାକୁ ରାଜି ହୋଇଛି ।

Leave a Reply

Your email address will not be published. Required fields are marked *