ରାଜ୍ୟ

କଣିହାଁ ରେ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ,ବିଜେଡି,ଭାଜପାର ଅନୈତିକ ମେଣ୍ଟ ସରକାରର ବିକଳ୍ପ କଂଗ୍ରେସ

କଣିହାଁ ୧୯/୦୪ ବ୍ଲକ କଂଗ୍ରେସ କମିଟି ତରଫରୁ ଶୁକ୍ରବାର ଏନଟିପିସି ଆଇଏନଟିୟୁସି ଅଫିସି ଠାରେ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ପ୍ରଦେସ କଂଗ୍ରେସ କମିଟି ମୁଖପାତ୍ର ଜଗଦାନନ୍ଦ ପ୍ରଧାନ,ଢେଙ୍କାନାଳ ଲୋକସଭା ପ୍ରାର୍ଥିନୀ ଇଂ ସସ୍ମୀତା ବେହେରା,ରାଜ୍ୟ କଂଗ୍ରେସ କମିଟି ମହିଳା ନେତ୍ରୀ ଏଲ୍,ମାଣିକ୍ୟ ପ୍ରଭା,ବ୍ଲକ କମିଟି ସଭାପତି ସୁଶାନ୍ତ ଶଶିକାନ୍ତ ସାମଲ,ବରିଷ୍ଠ କଂଗ୍ରେସ କାର୍ଯ୍ୟକର୍ତ୍ତା ଶିବରାମ ଦାସ୍,କୁଶଧ୍ୱଜ ସାମଲ,ଯୁବ ଶ୍ରମିକ ସଂଗଠନ ନେତା ସୂର୍ଯ୍ୟମଣି ସାହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରି ଭାଜପା,ବିଜେଡି ଓଡିଶା ରେ ଅନୈତିକ ମେଣ୍ଟ ସରକାର କୁ ନେଇ କୋର୍ପରେଟ୍ ରାଜ୍ ଚଳାଇଛନ୍ତି I ଏଥିଯୋଗୁ ଜନ ସାଧାରଣ ନାହିଁ ନଥିବା ବିଭିନ୍ନ ସମସ୍ୟାରେ ଗତି କରୁଥିବା ବେଳେ କଣ୍ଠରୋଧ କରାଯାଇ ମୌଳିକ ଅଧିକାରକୁ ଛଡାଇ ନିଆଯାଇଛି I ଫଳ ସ୍ୱରୂପ ଦରଦାମ ବୃଦ୍ଧି,ପ୍ରଦୂଷଣ ସମସ୍ୟା,ଗମନାଗମନ ସହିତ ଶିକ୍ଷା ସ୍ୱାସ୍ଥ୍ୟକ୍ଷେତ୍ର ଅବହେଳିତ ହୋଇ ପଡିଛି I ଯୋଜନା ନାଁ ରେ ବ୍ୟବସ୍ଥାକୁ ନେଇ ବଡ ବଡ କୋଠା ଠିଆ ହୋଇଥିବା ବେଳେ ସେଠାରେ ଉପଯୁକ୍ତ ସେବା କର୍ମଚାରୀ ଅଭାବରୁ ମିଳୁନାହିଁ I ଭୋଟର ମାନେ ଏହାର ଉପଯୁକ୍ତ ବିଚାର କରି ୨୦୨୪ ରେ ଅନୈତିକ ମେଣ୍ଟର ବିକଳ୍ପ ଭାବେ କଂଗ୍ରେସକୁ ବାଛି ଛନ୍ତି ବୋଲି ଦୃଢଉକ୍ତି ପ୍ରକାସ କରିଥିଲେ I ମୁଖପାତ୍ର ପ୍ରଧାନ କଂଗ୍ରେସ ରଣନୀତି କୁ ନେଇ ୫ ଟି ସମସ୍ୟା ର ନ୍ୟାୟ ଓ ୨୫ ଗ୍ୟାରେଣ୍ଟି ଉପରେ ଆଲୋକପାତ କରାଇବା ସହିତ ରାଜ୍ୟରେ କଂଗ୍ରେସର ୯ ଗ୍ୟାରେଣ୍ଟିକୁ ନେଇ ନିର୍ବାଚନୀ ଇସ୍ତାହାର ରେ ବୋନସ ସହ ଧାନକ୍ରୟ କ୍ୱିଣ୍ଟାଲ ପ୍ରତି ୩ ହଜାର ଟଙ୍କା,କୃଷି ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କ ବ୍ୟାଙ୍କ ଋଣ ଛାଡ,ପ୍ରତ୍ୟେକ ଘୋରଇ ବିଦ୍ୟୁତ ଉପଭୋକ୍ତା ଙ୍କୁ ୨୦୦ ୟୁନିଟି ର ମାଗଣା ବିଦ୍ୟୁତ,କୃଷକ ଙ୍କୁ ପେନେସନ ମାସିକ ୨୦୦୦ ଟଙ୍କା, ବେକାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ମାସିକ ୩୦୦୦ ସହିତ ବାର୍ଦ୍ଧକ୍ୟ,ବିଧବା,ଦିବ୍ୟାଙ୍ଗ ମାନଙ୍କୁ ମାସିକ ୨୦୦୦ ଟଙ୍କା ଭତ୍ତା ଯୋଗାଇ ଦିଆଯିବ I ଏହାବାଦ୍ କେନ୍ଦ୍ରରେ ୩୦ ଲକ୍ଷ ଓ ରାଜ୍ୟରେ ୫ ଲକ୍ଷ ଯୁବତୀ ଯୁବକଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ Iପ୍ରତ୍ୟେକ ଜନ ସାଧାରଣଙ୍କ ପାଇଁ ଉତ୍ତମ ଚିକିତ୍ସା ନିମନ୍ତେ ବାର୍ଷିକ ୨୫ ଲକ୍ଷ ଟଙ୍କା ର ସ୍ୱାସ୍ଥ୍ୟବୀମା ଯୋଜନା କୁ ନେଇ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ I ଜାତିଭିତ୍ତିକ ସାମାଜିକ ଓ ଆର୍ଥିକ ସର୍ଭେ କରାଯାଇ ଆର୍ଥିକ କ୍ଷେତ୍ରରେ ଦୃର୍ବଳ ପରିବାର ବର୍ଗଙ୍କୁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯିବ I ଏ ସବୁ ଗ୍ୟାରେଣ୍ଟି କଂଗ୍ରେସ ସରକାରକୁ ଆସିଲେ କାର୍ଯ୍ୟକାରୀ ହେବ ବୋଲି କହିଥିଲେ I ଏମପି ପ୍ରାର୍ଥିନୀ ସସ୍ମୀତା ବେହେରା କହିଥିଲେ ଜାତୀୟ କଂଗ୍ରେସ ରେ ମୁ ରହି ଆସିଛି ନିର୍ବାଚନ ଲଢିବାରେ ଅନେକ ଅନୁଭୂତୀ ରହିଛି ବାପା ଭଜମନ ବେହେରାଙ୍କ କନ୍ୟା ଢେଙ୍କାନାଳ ଅନୁଗୋଳ ଜିଲ୍ଲା ବାସୀନ୍ଦା ଭଲ ଭାବରେ ଜାଣିଛନ୍ତି ପୃବରୁ ତାଳଚେର ବ୍ଲକ ଅଧ୍ୟକ୍ଷା ସହିତ ଅନୁଗୋଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇ କାର୍ଯ୍ୟଭାର ତୁଲାଇଛି I ଢେଙ୍କାନାଳ ଅନୁଗୋଳ ଜିଲ୍ଲାର ଅନେକ ସମସ୍ୟା ସମ୍ପର୍କରେ ଜାଣିଛି I ବିଶେଷ କରି ଜାତୀୟ ରାଜପଥ ୫୩ ଓ ୫୫ ର ପ୍ରସସ୍ତିକରଣ ସମସ୍ୟା ଅଧ୍ୟାବଧି ବିଜେଡି,ଭାଜପା ଅଘୋସିତ ମେଣ୍ଟର ଲୋକଦେଖାଣିଆ ନିର୍ଲଜ ଦୋସାରୂପକୁ ନେଇ ସମାଧାନ ହେଉନାହିଁ I ଉଭୟ ଦଳର ଚକ୍ରାନ୍ତକୁ ନେଇ ତାଳଚେରରେ ମେଡିକାଲ କଲେଜ ଅନୁଗୋଳରେ ସୁପର ସ୍ପେସାଆଲ୍ଲଟି ହସପିଟାଲ କାର୍ଯ୍ୟକ୍ଷମ ହୋଇପାରିନାହିଁ I ନିର୍ବାଚିତ ଲୋକପ୍ରତିନିଧି ଙ୍କ ସହଯୋଗରେ କୋର୍ପରେଟ୍ ରାଜ୍ ଯୋଗୁ ପ୍ରଦୂଷଣ ସମସ୍ୟା ବଢିଚାଲିଛି I ଏପର୍ଯ୍ୟନ୍ତ ପରିବହନ ରାସ୍ତା ନିର୍ମାଣ ଅଭାବରୁ ଟ୍ରାଫିକ ସମସ୍ୟା କୁ ନେଇ ଦୌନଦୀନ ଦୃଘଟଣା ରେ ଜୀବନ ହାନି ହେଉଛି I ଏହି ବିଜେଡି ଭାଜପା ମେଣ୍ଟ ନେତା ମାନେ ଶିଳ୍ପ ଓ ଖଣି ସଂସ୍ଥାରୁ ଅନୈତିକ ଲାଭ ନେଉଥିବାରୁ ନିଯୁକ୍ତି ପ୍ରଦାନରେ ଅବହେଳା ସୃଷ୍ଟି ହୋଇଛି I ସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ଘୋରଇ ହସ୍ପିଟାଲ ଦାଇତ୍ୱ ଦିଆଯାଇ କୋଟି କୋଟି ଟଙ୍କାର ରାଜସ୍ୱ ହରିଲୁଟ୍ କରାଯାଉଛି I ଆଗାମୀ ଦୀନରେ ସଚେତନ ଭୋଟର ମାନେ ଏହାର ଉପଯୁକ୍ତ ଜବାବ ଦେବେ I ସମୟ ଆସିଛି ବୁଦ୍ଧିଜିବି ଓ ଭୋଟର ମାନେ ନ୍ୟାୟ ପାଇଁ ନ ଲଢିଲେ ୨୦୨୪ ଗଣତାନ୍ତ୍ରୀକ ବ୍ୟବସ୍ଥାରେ ଶେଷ ନିର୍ବାଚନ ସହିତ ଏକ ଛତ୍ରବାଦ ଶାସନ ପାଇଁ ବ୍ୟବସ୍ଥା କୁ ରାସ୍ତା ଖୋଲିଯିବ ବୋଲି କହିଛନ୍ତି I

Leave a Reply

Your email address will not be published. Required fields are marked *